Latest Odisha News

BREAKING NEWS

ସମ୍ ହସପିଟାଲରେ ଅତ୍ୟାଧୁନିକ ଇୟୁଏସ-ସ୍ପାଏଗ୍ଲାସ୍ ଟେକ୍ନୋଲୋଜି ସମ୍ପର୍କିତ କର୍ମଶାଳା

ଭୁବନେଶ୍ବର : ବିଭିନ୍ନ ରାଜ୍ୟର ଗ୍ୟାଷ୍ଟ୍ରୋଏନଟେରୋଲୋଜିଷ୍ଟଙ୍କ ପାଇଁ ଅତ୍ୟାଧୁନିକ ସ୍ପାଏଗ୍ଲାସ-ଡିଏସ୍ ଟେକ୍ନୋଲୋଜି ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳା । ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସପିଟାଲରେ ଆଜି ଉଦଯାପିତ ହୋଇଛି ଏହି କର୍ମଶାଳା ।

BjdElectrycity

ପିତବାହିକା, ପିତକୋଷ, ଯକୃତ ଓ ଅଗ୍ନାଶୟ ସମ୍ପର୍କିତ ରୋଗକୁ ଚିହ୍ନଟ କରିବା ସହ ଏହାର ପରୀକ୍ଷା ପାଇଁ ଅତ୍ୟାଧୁନିକ ସ୍ପାଏଗ୍ଲାସ-ଡିଏସ୍ ଟେକ୍ନୋଲୋଜି ନୂଆ ଦିଗ ଦେଖାଇଥିବା ସୂଚନା ଦେଇଛନ୍ତି ହସ୍ପିଟାଲର ଗ୍ୟାଷ୍ଟ୍ରୋଏନଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ । ମୁଖ୍ୟତଃ ଏହି ରୋଗର ପରୀକ୍ଷା ପାଇଁ ଗ୍ୟାଷ୍ଟ୍ରୋଏନଟେରୋଲୋଜିଷ୍ଟ ମାନେ ସିଟି ସ୍କାନ୍ ଏବଂ ଏମଆରଆଇ ଉପରେ ନିର୍ଭର କରିଥାନ୍ତି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁବେଳେ ସବୁବେଳେ ଏଭଳି ରୋଗ ଚିହ୍ନଟ ହୋଇପାରେ ନାହିଁ ବୋଲି ସେ କହିଛନ୍ତି ।

ସ୍ପାଏଗ୍ଲାସ-ଡିଏସ୍ ଯୋଗୁଁ ବର୍ତ୍ତମାନ ଗ୍ୟାଷ୍ଟ୍ରୋଏନଟେରୋଲୋଜିମାନେ ରୋଗର ଉତ୍ପତ୍ତିସ୍ଥଳ ପାଖରେ ସିଧାସଳଖ ପହଞ୍ଚିବା ସହ ଏହାର ପରୀକ୍ଷା ଏବଂ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାରେ ସଫଳ ହୋଇପାରୁଛନ୍ତି । ଏହି ଟେକ୍ନୋଲୋଜି ଦ୍ବାରା ପିତକୋଷରେ ସୃଷ୍ଟି ହେଉଥିବା ଯେକୌଣସି ଆକାରର ଷ୍ଟୋନଗୁଡିକୁ ଗୁଣ୍ଡ କରି ନଷ୍ଟ କରିବାରେ ସଫଳ ହୋଇପାରୁଛି । ପ୍ରାଥମିକ ସ୍ତରରେ ଥିବା କ୍ୟାନସର, ଯକ୍ଷ୍ମା, ଲିମ୍ଫୋମା ଏବଂ ଅଟୋଇମ୍ୟୁନ୍ ରୋଗର ଚିକିତ୍ସା କରିବାରେ ସହାୟକ ହୋଇପାରୁଛି ବୋଲି କହିଛନ୍ତି ଡାକ୍ତର ମନୋଜ ସାହୁ ।

ଶିକ୍ଷା ଓ ଅନୁସନ୍ଧାନ ଫ୍ୟାକଲ୍ଟି ଅଫ୍ ମେଡିସିନ୍, ଆଇଏମଏସ୍ ଆଣ୍ଡ ସମ୍ ହସପିଟାଲ ଓଡ଼ିଶାର ପ୍ରଥମ ହସପିଟାଲ ଭାବେ ଏହି ସ୍ପାଏଗ୍ଲାସ -ଡିଏସ୍ ଟେକ୍ନୋଲୋଜି ୬ ବର୍ଷ ପୂର୍ବରୁ ଆରମ୍ଭ କରାଯିବ ସହ ରୋଗୀଙ୍କୁ ବିଶ୍ବସ୍ତରୀୟ ଚିକିତ୍ସା ପ୍ରଦାନ କରାଯାଉଛି । ଦେଶର ବିଭିନ୍ନ ପ୍ରାନ୍ତର ଡାକ୍ତରଙ୍କୁ ଟେକ୍ନୋଲୋଜି ସମ୍ପନ୍ଧରେ ପ୍ରଶିକ୍ଷିତ କରାଇବା ସହ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ସମ୍ ହସପିଟାଲର ଲକ୍ଷ୍ୟ ଥିବାରୁ ସେହି ଉଦ୍ଦେଶ୍ୟରେ ଏହି ଇୟୁଏସ୍-ସ୍ପାଏଗ୍ଲାସ୍ କର୍ମଶାଳାର ଆୟୋଜନ କରାଯାଇଥିବା କହିଛନ୍ତି ଡାକ୍ତର ମନୋଜ ସାହୁ ।

Leave A Reply

Your email address will not be published.