Latest Odisha News

BREAKING NEWS

ସିଆଇଆଇ ପକ୍ଷରୁ ସମ୍ ଅଲଟିମେଟ୍ ମେଡିକେଆର ନର୍ସିଂ ଟିମ୍ ସମ୍ବର୍ଦ୍ଧିତ

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସମାଜ ପାଇଁ ଅତୁଳନୀୟ କାର୍ଯ୍ୟ କରିଥିବାରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସମ୍ ଅଲ୍ଟିମେଟ ମେଡ଼ିକେୟାର ନର୍ସିଂ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ଯୁଦ୍ଧରେ ସାମିଲ ହୋଇ ୨୪ ଘଣ୍ଟା ନିଷ୍ଠା ଓ ଯତ୍ନର ସହ ରୋଗୀ ସେବା କରୁଥିବା ସମର ନର୍ସିଂ ଟିମକୁ ସମ୍ମାନିତ କରିଛି ସିଆଇଆଇ ।

ନିଜ ପରିବାର ଓ ସମ୍ପର୍କୀୟଙ୍କ ଠାରୁ ଦୂରରେ ରହି ପ୍ରତ୍ୟେକ ଦିନ ନିସ୍ବାର୍ଥପର ଭାବେ ନର୍ସ ମାନେ ତାଙ୍କ ଦାୟିତ୍ୱ ତୁଲାଉଥିଲେ । ନିଷ୍ଠାପର ଭାବେ ଦାୟିତ୍ବ ତୁଲାଉଥିବା ବେଳେ ଅନେକଙ୍କର ଜୀବନ ବି ଯାଇଛି । କରୋନା ମହାମାରୀ ଆରମ୍ଭ ହେବା ପରେ ସମ ଅଲ୍ଟିମେଟ୍ ମେଡିକେୟାର, ଏକ ମଲ୍ଟି ସ୍ପେସିଆଲିଟି କ୍ବାଟରନାରୀ କେୟାର ହସ୍ପିଟାଲର ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ନର୍ସିଂ ଟିମ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଭୟ କୋଭିଡ ଓ କୋଭିଡ ହୋଇ ନଥିବା ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ଏହାର ଅତ୍ୟାଧୁନିକ ଭିତ୍ତିଭୂମି ଓ ବିଶେଷଜ୍ଞ ଡାକ୍ତରୀ ଟିମ ଓ କର୍ମଚାରୀ ଅନେକ ଜଟିଳ ରୋଗର ଚିକିତ୍ସା କରିବାରେ ସଫଳ ହୋଇଛନ୍ତି ।

ବିଶ୍ବସ୍ତରୀୟ, ସୁଲଭ ଓ ସବୁ କ୍ଷେତ୍ରର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସ୍ବପ୍ନକୁ ସାକାର କରିବା ଦିଗରେ ସମ୍ ଅଲଟିମେଟ ମେଡିକେୟାର ପ୍ରତିଷ୍ଠା କରାଯାଇଛି । ଏହା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କର ଏକ ସ୍ବପ୍ନ ଥିଲା ବୋଲି ସମ୍ ଅଲଟିମେଟ୍ ମେଡିକେୟାରର ସିଇଓ ଡ଼ଃ ଶ୍ବେତପଦ୍ମା ଦାଶ କହିଛନ୍ତି ।

Comments are closed.