Latest Odisha News

ବୋମା ଗୁଜବ ପରେ ମୁମ୍ବାଇର ୩ଟି ରେଳ ଷ୍ଟେସନ ସହ ଅମିତାଭ ବଚ୍ଚନଙ୍କ ଘରେ ବଢ଼ିଲା ସୁରକ୍ଷା

ମୁମ୍ବାଇ : ବୋମା ଗୁଜବ ପରେ ମୁମ୍ବାଇର ୩ଟି ପ୍ରମୁଖ ରେଳଷ୍ଟେସନ ଓ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଘରେ ବଢ଼ାଗଲା ସୁରକ୍ଷା । ବୋମା ଥିବା ଖବର ପ୍ରକାଶ ପରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, ବାଇକୁଲା ଓ ଦାଦର ରେଳ ଷ୍ଟେସନରେ ବ୍ୟାପକ ଖାନତଲାସି କରାଯାଇଛି । ଏହାସହ ଜୁହୁସ୍ଥିତ ଅମିତାଭଙ୍କ ଘରେ ମଧ୍ୟ ବୋମା ଥିବା ଖବର ପରେ ତାଙ୍କ ବାସଭବନରେ ସର୍ଚ୍ଚ ଅପରେସନ କରାଯାଇଛି । ସରକାରୀ ରେଳବାଇ ପୋଲିସ, ରେଳବାଇ ସୁରକ୍ଷା ବାହିନୀ, ବୋମା ସନ୍ଧାନକାରୀ ଟିମ, ବୋମା ସନ୍ଧାନକାରୀ କୁକୁର ଜରିଆରେ ବ୍ୟାପକ ଖାନତଲାସି କରାଯାଇଛି ।

ପୋଲିସ ପକ୍ଷରୁ ତନାଘନା ଚାଲିଥିବା ବେଳେ, ବୋମାର କୌଣସି ସନ୍ଧାନ ମିଳିନଥିଲା । ଗତକାଲି ରାତି ୮ଟା ୫୩ରେ ମୁମ୍ବାଇ ପୋଲିସ ନିକଟକୁ ଏକ ଫୋନ କଲ୍ ଆସିଥିଲା । ମୁମ୍ବାଇର ୪ଟି ସ୍ଥାନରେ ବୋମା ରହିଛି ବୋଲି ଜଣେ ଅଜଣା ବ୍ୟକ୍ତି ଫୋନରେ କହିଥିଲେ । ଫୋନ୍ କଲ୍ ଆସିବା ମାତ୍ରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ତେବେ ଯେଉଁ ବ୍ୟକ୍ତି ଏହି ଫୋନ କରିଥିଲେ, ପରେ ତାଙ୍କ ଫୋନ ସୁଇଚ୍ ଅଫ୍ ହୋଇଯାଇଥିଲା । ଏହାକୁ ନେଇ ଚିନ୍ତାରେ ପଡ଼ିଥିଲା ପୋଲିସ । ତୁରନ୍ତ ବିଭିନ୍ନ ସ୍ଥାନରେ ଖାନତଲାସ କରାଯିବା ପରେ ଏହି କଲ୍ ଏକ ଗୁଜବ ବୋଲି ପ୍ରମାଣିତ ହୋଇଥିଲା ।

Leave A Reply

Your email address will not be published.