Latest Odisha News

BREAKING NEWS

ପ୍ରଥମ ଭାରତୀୟ ଭାବେ ୭ ବର୍ଷ ପରେ ୟୁଏସ ଓପନରେ ଜିତିଲେ ସୁମିତ୍‌

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷର ଅନ୍ତ ଘଟାଇଛନ୍ତି ଭାରତର ଉଦୀୟମାନ ଟେନିସ ଖେଳାଳି ସୁମିତ ନଗଲ । ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମୁକାବିଲାରେ ୨୩ ବର୍ଷୀୟ ସୁମିତ୍ ୬-୧, ୬-୩, ୩-୬, ୬-୧ ସେଟରେ ଆମେରିକାର ବ୍ରାଡଲୀ କ୍ଲାନକୁ ପରାସ୍ତ କରିଛନ୍ତି । ଏଥିସହ ୭ ବର୍ଷ ପରେ ପ୍ରଥମ ଭାରତୀୟ ଖେଳାଳି ଭାବେ ସେ ଏହି ସଫଳତା ହାସଲ କରିଛନ୍ତି ।

୨୦୧୩ରେ ସୋମଦେବ ଦେବବର୍ମନ ୟୁଏସ ଓପନରେ ବିଜୟ ହାସଲ କରିଥିଲେ । ସୁମିତ୍ ତାଙ୍କ ପ୍ରଥମ ରାଉଣ୍ଡ ମୁକାବିଲାରେ ବିଜୟ ହାସଲ କରିବା ପାଇଁ ୨ ଘଂଟାରୁ ଊର୍ଦ୍ଧ୍ୱ ସମୟ ନେଇଥିଲେ । ପରବର୍ତୀ ରାଉଣ୍ଡରେ ସେ ଡୋମିନିକ ଥିମଙ୍କୁ ଭେଟିବେ । କରୋନା ଭାଇରାସ ଅନେକ ବଡ ଖେଳାଳି ଏହି ଗ୍ରାଣ୍ଡସ୍ଲାମ ମୁକାବିଲାରୁ ଓହରି ଯାଇଛନ୍ତି ।

Leave A Reply

Your email address will not be published.