Latest Odisha News

କରୋନା ସଂକ୍ରମଣ ଭୟ: ଦୁଇ ସପ୍ତାହ ପାଇଁ ବନ୍ଦ ହେଲା ନୂଆଦିଲ୍ଲୀ ଏମସ୍ ଓପିଡି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଏମସ୍‌ର ବାହ୍ୟ ରୋଗୀ ସେବା(ଓପିଡି)କୁ ଦୁଇ ସପ୍ତାହ ପାଇଁ ସାମୟିକ ଭାବେ ବନ୍ଦ ରଖାଯାଇଛି । ଆଗକୁ ପରିସ୍ଥିତି ଦେଖି କେବେ ଖୋଲିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଏମସ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ଆଜି ଦିଲ୍ଲୀରେ ୨୩୧୨ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିକିତ୍ସାଧୀନ ଥିବା ୧୦୫୦ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।

ଗତ ମାର୍ଚ୍ଚ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରାଦେଶରେ ଲକ୍ ଡାଉନ ଘୋଷଣା କରିଥିବା ବେଳେ ଏଠାକାର ଓପିଡି ମଧ୍ୟ ବନ୍ଦ ରହିଥିଲା ।

Leave A Reply

Your email address will not be published.