Latest Odisha News

BREAKING NEWS

ଗ୍ରୀଷ୍ମକାଳରେ ତ୍ୱଚାର ଯତ୍ନ ..

ଭୁବନେଶ୍ବର: ଫେବୃଆରୀ ମାସରୁ ଖରାର ତାପମାତ୍ରା ବୃଦ୍ଧି ପାଇଛି । ପାଣିପାଗ ବିଭାଗ ଆଶଙ୍କା କରିଛି ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଉତ୍ତାପ ଆଗକୁ ଆହୁରି ବୃଦ୍ଧି ପାଇବ । ଜାଣି ରଖନ୍ତୁ ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ ଅଟେ । ତେଣୁ ଖରାଦିନେ ତ୍ବଚାର ଯତ୍ନ ନେବା ବେଶ୍ ଜରୁରୀ ।

ଆସନ୍ତୁ ଜାଣିବା କିଛି ସ୍କିନ କେୟାର ରୁଟିନ୍ ଯାହାଦ୍ବାରା ତ୍ୱଚାକୁ ସୁରକ୍ଷିତ ରଖିପାରିବେ..

-ଖରାଦିନେ ସନ୍‌ବର୍ନରୁ ରକ୍ଷା ପାଇଁ ଆଲୋଭେରା ଜେଲ୍‌ ବ୍ୟବହାର କରନ୍ତୁ ।
-ସକାଳୁ ଘରୁ ବାହାରିବା ପୂର୍ବରୁ ମଶ୍ଚରାଇଜର ଏବଂ ସନ୍‌ସ୍କ୍ରିନ୍‌ ଲଗାଇବାକୁ ଭୁଲନ୍ତୁ ନାହିଁ।
-ରାତିରେ ମୁହଁକୁ ଭଲଭାବେ ଧୋଇ ପୋଛି ଦିଅନ୍ତୁ । ଏହାପରେ କାକୁଡ଼ିରସକୁ ମୁହଁରେ ଲଗାଇ ରାତି ସାରା ଛାଡ଼ି ଦିଅନ୍ତୁ। ଏହାଦ୍ୱାରା ବ୍ରଣଜନିତ ସମସ୍ୟାରୁ ମୁକ୍ତି ମିଳିବ ଓ ମୁହଁରେ ଅଧିକ ଚମକ ଆସିବ । କାରଣ କାକୁଡି ତ୍ୱଚାକୁ ହାଇଡ୍ରେଟ୍‌ କରିଥାଏ।
-ପ୍ରତିଦିନ ତ୍ୱଚାରେ ଦହି ଲଗାଇଲେ ମୁଖବ୍ରଣ ସମସ୍ୟା ଦୂର ହେବା ସହ ଆଖି ତଳେ ଥିବା କଳାଦାଗ ଦୂରହୋଇଥାଏ । ପ୍ରତିଦିନ ରାତିରେ ଦହି ନେଇ ପାଞ୍ଚ ମିନିଟ୍ ମସାଜ୍ କରନ୍ତୁ । ଫେସ୍ ଫ୍ରେସ୍ ଲାଗିବ ଓ ଟାନ୍ ଦୂର ହେବ ।

 

Comments are closed.