Latest Odisha News

BREAKING NEWS

୬୩ ଦିନ ଏହି ସହରରେ ପଡିବନି ସୂର୍ଯ୍ୟକିରଣ

ନୂଆଦିଲ୍ଲୀ: ଶୀତ ଋତୁ ଆସିବା ପରେ ଧୀରେ ଧୀରେ ସୂର୍ଯ୍ୟଙ୍କ ତାପ କମିବାରେ ଲାଗିଥାଏ । ଗୋଟିଏ ଦିନ ସୂର୍ଯ୍ୟ ଉଦୟ ନ ହେଲେ ଆମକୁ ବ୍ୟସ୍ତ ବିବ୍ରତ ଲାଗିଥାଏ । ଆପଣମାନେ ଚିନ୍ତା କରି ପାରୁଛନ୍ତି ଏ ଭଳି ଏକ ସ୍ଥାନ ଅଛି ଯେଉଁଠାରେ ୨ରୁ୩ ମାସ ସୂର୍ଯ୍ୟଙ୍କ ଦେଖା ମିଳେନି । ଆଲାସ୍କର ଉତ୍ୟାୟଗିବିକ ସହରରେ ଏବେ ସୂର୍ଯ୍ୟଙ୍କ ଅସ୍ତ ହୋଇଛି କହିଲେ ଭୁଲ ହେବନି । ଏଠାରେ ୪୬୦୦ ନାଗରିକ ରୁହନ୍ତି ।

ନଭେମ୍ବର ୧୮ରେ ଏଠାରେ ଶେଷ ଥର ପାଇଁ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିଥିଲା । ଆସନ୍ତା ବର୍ଷ ଜାନୁୟାରୀ ୨୨ ପର୍ଯ୍ୟନ୍ତ ସ୍ଥାନୀୟ ନାଗରିକ ଆଉ ସୂର୍ଯ୍ୟଙ୍କୁ ଦେଖି ପାରିବେ ନାହିଁ । ଏଠାରେ ତାପମାତ୍ରା ମାଇନସରେ ରହିଥାଏ । କମ ତାପମାତ୍ରା ଓ ସୂର୍ଯ୍ୟଙ୍କ ଅନୁପସ୍ଥିତି ଯୋଗୁ ସ୍ଥାନୀୟ ନାଗରିକ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ମେ ମାସ ପରେ ସ୍ଥିତି ସମ୍ପୂର୍ଣ୍ଣ ବୀପରୀତ ହୋଇଥାଏ । ଅଗଷ୍ଟ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୋଇ ନ ଥାନ୍ତି । ଫଳରେ ୨୪ ଘଂଟା ଧରି ଆକାଶରେ ଆଲୋକ ରହିଥାଏ ।

Comments are closed.