Latest Odisha News

BREAKING NEWS

ସୁନାବେଶରେ ଦର୍ଶନ ଦେଉଛନ୍ତି ଘଟଗାଁ ମା’ ତାରିଣୀ

କେନ୍ଦୁଝର: ଆଜି ଶକ୍ତିପୀଠରେ ପାଳିତ ହେଉଛି ମା’ଙ୍କର ମହାଷ୍ଟମୀ ପୂଜା । କିନ୍ତୁ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ଆଜି ମହାସପ୍ତମୀ ପୂଜା ହେଉଛି । ଏହି ଅବସରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଦଶହରାରରେ ମା’ ତାରିଣୀଙ୍କ ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।

ମା’ ତାରିଣୀଙ୍କର ଏହି ସୁନାବେଶ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତ ଛୁଟି ଆସିଛନ୍ତି । ସପ୍ତମୀଠାରୁ ବିଜୟ ଦଶମୀ ଯାଏ ଚାରି ଦିନ ଘଟଗାଁ ବାସିନୀ ମା’ ତାରିଣୀ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । କୋଭିଡ୍ କଟକଣାରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.