Latest Odisha News

BREAKING NEWS

୪ କୋଟି ଟଙ୍କା ଛାଉଣୀରେ ଝଲସିଲା ମା’ଙ୍କ ମନ୍ଦିର, କେଉଁଠି ଜାଣନ୍ତୁ

ହାଇଦ୍ରାବାଦ: ନବରାତ୍ରି ଅବସରରେ ଟଙ୍କାରେ ସଜାଯାଇଛି ମା’ଙ୍କ ମନ୍ଦିର । ହଜାର କି ଲକ୍ଷେ ନୁହେଁ, କୋଟି କୋଟି ଟଙ୍କାରେ ମନ୍ଦିରକୁ ସାଜସଜ୍ଜା କରାଯାଇଛି । ନୂଆ ଦଶ ଟଙ୍କିଆ ନୋଟରୁ ଆରମ୍ଭ କରି ଦୁଇ ହଜାର ଟଙ୍କିଆ ନୋଟ୍ ମାଳ । ୪ କୋଟି ଟଙ୍କା ଝାଉଣୀରେ ଶୋଭା ପାଉଛି ମା‘ଙ୍କ ମନ୍ଦିର । ନବରାତ୍ରିର ପଞ୍ଚମ ଦିନରେ ଆନ୍ଧ୍ରପ୍ରଦେଶର ନେଲୋରରେ ଥିବା ମା’ କନ୍ୟକା ପରମେଶ୍ୱରୀ ଟଙ୍କାରେ ତିଆରି ମାଳରେ ଶୋଭା ପାଉଛନ୍ତି ।

ନବରାତ୍ରିରେ ପଞ୍ଚମ ଦିନରେ ମା’ କନ୍ୟକା ପରମେଶ୍ୱରୀ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ଅବସରରେ ମାତା କନ୍ୟକା ପରମେଶ୍ୱରୀ ଓ ତାଙ୍କ ମନ୍ଦିରକୁ ଦାନସୂତ୍ରରେ ମିଳିଥିବା ନୂଆ ନୋଟରେ ସଜାଯାଇଥିଲା । ଏଥିରେ ୪ କୋଟି ୪୪ ଲକ୍ଷ ୪୪ହଜାର ୪୪୪ ଟଙ୍କା ଲାଗିଛି ।

ନୂଆ ୨୦୦୦, ୫୦୦, ୨୦୦, ୧୦୦, ୫୦, ୧୦ ଟଙ୍କିଆ ନୋଟରେ ପ୍ରଥମେ ତିଆରି କରାଯାଇଥିଲା ସୁନ୍ଦର ସୁନ୍ଦର ଫୁଲ । ଏହାପରେ ମାଳ କରି ମାଆଙ୍କ ଉପରେ ସଜାଯାଇଛି । ସେହିପରି କନ୍ୟକା ପରମେଶ୍ୱରୀ ମନ୍ଦିରର ବିଭିନ୍ନ କାନ୍ଥରେ ବି ଟଙ୍କାରେ ତିଆରି ମାଳକୁ ସଜାଯାଇଛି ।

Leave A Reply

Your email address will not be published.