Latest Odisha News

BREAKING NEWS

ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଆଜି ପବିତ୍ର କାର୍ତ୍ତକ ପୂର୍ଣ୍ଣମୀ।  ପଞ୍ଚୁକର ପାଞ୍ଚଦିନ ଅବସରରେ ରାଜରାଜେଶ୍ୱର ବା ସୁନାବେଶରେ ଦଶର୍ନ ଦେଉଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ମଧ୍ୟରାତ୍ରୀରୁ ଭକ୍ତଙ୍କ ଭିଡ଼ ଲାଗିଛି। ସୁନା ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ତେବେ ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତୀ କରାଯାଇଛି। ରାତ୍ରି ୧୨ଟା ୧୦ରେ ମଙ୍ଗଳଆଳତି, ଅବକାଶ ଓ ମଇଲମ ଆଦି ନୀତି କରାଯାଇଥିଲା।  ପରେ ବିଳମ୍ବିତ ରାତି ଅର୍ଥାତ ୨ଟା ୫୦ରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ସଂପନ୍ନ କରାଯାଇଥିଲା।  ଭୋର ୪ଟା ୩୫ରେ ଭୋଗ ମଣ୍ଡପ ଅନୁଷ୍ଠିତ ହୋଇଥିଲା।  ତେବେ ଏହା ସମ୍ପନ ପରେ ଭକ୍ତ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନା ବେଶରେ ଦର୍ଶନ କରୁଛନ୍ତି।

Comments are closed.