Latest Odisha News

BREAKING NEWS

ଅଧିନାୟକ ରୋହିତ ଶର୍ମା ଆହତ !

ଆଡିଲେଡ: ସେମିଫାଇନାଲ  ମ୍ୟାଚ୍ ପ୍ରା୍କ୍ଟିସ ବେଳେ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବା ଖବର ଆସିଛି । ପ୍ରାକ୍ଟିସ ବେଳେ ରୋହିତଙ୍କ ଡାହାଣ ହାତରେ ବାଜିଥିଲା ବଲ୍ । ତାପରେ ସେ ରେଷ୍ଟ ନେଇଥିଲେ ।  ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ପାଇଁ ପ୍ରାକ୍ଟିସ ବେଳେ ଆହତ ହୋଇଥିବା ନେଇ କୁହାଯାଉଛି । ତେବେ ସେ ଖେଳିବେ କି ନାହିଁ ତାହା ବିସିସିଆଇ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳ ପାଇଁ ଏପରି ଖବର ଚିନ୍ତା ସୃଷ୍ଟି କରିଛି । ଭାରତର ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ନିଷ୍ପତ୍ତି ଭାରତ ପାଇଁ ଏପର୍ଯ୍ୟନ୍ତ ଚମତ୍କାର ହୋଇଛି । ଭାରତ ଅଧିକ ରନ କରିବା ସହ ପଏଣ୍ଟ ଟେବୁଲ୍ ରେ ମଧ୍ୟ ପ୍ରଥମ ହୋଇଥିଲା । ଆଉ ଦୁଇଦିନ ପରେ ସେମିଫାଇନାଲ ମ୍ୟାଚ୍  । ତା ପୂର୍ବରୁ ରୋହିତଙ୍କ ଆହତ ସମସ୍ୟାକୁ ନେଇ ହିଟମ୍ୟାନଙ୍କ ପ୍ରଶଂସକମାନେ ମଧ୍ୟ ଚିନ୍ତାରେ ଅଛନ୍ତି ।

Leave A Reply

Your email address will not be published.