Latest Odisha News

BREAKING NEWS

୩୩୦ ଶଯ୍ୟା ବିଶିଷ୍ଟ ହେବ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟ, ୩୨ ଜଣ ପାଇବେ ନିଯୁକ୍ତି

ଭୁବନେଶ୍ୱର: କେନ୍ଦୁଝର ସହ ସୁନ୍ଦରଗଡ଼ ଜିଲ୍ଲା ଚିକିତ୍ସାଳୟର କଳେବର ବଢ଼ିବ । ମେଡିକାଲରେ ଥିବା ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି ହେବ । ଉଭୟ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ରୋଗୀ ଶଯ୍ୟା ସଂଖ୍ୟା ୩୩୦କୁ ବୃଦ୍ଧି କରାଯିବ । ଏଥିଲାଗି ଆବଶ୍ୟକ ଅତିରିକ୍ତ ମାନବସମ୍ବଳ ନିୟୋଜନ ଲାଗି ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ ଚିଠି ଲେଖିଛନ୍ତି ।

ଚିଠି ଅନୁସାରେ, ସୁନ୍ଦରଗଡ଼ରେ ୩୩୦ ଶଯ୍ୟା ପାଇଁ ୩ ଜଣ କନିଷ୍ଠ ଆନେସ୍ଥେସିଆ ବିଶେଷଜ୍ଞ, ଜଣେ ଅର୍ଥୋପେଡିକ୍ ବିଶେଷଜ୍ଞ, ଜଣେ ଏଫ୍ଏମଟି ବିଶେଷଜ୍ଞ, ଜଣେ ଜରୁରୀକାଳୀନ ମେଡିକାଲ ଅଫିସର, ୨ ଜଣ ବ୍ଲଡ ବ୍ୟାଙ୍କ ମେଡିକାଲ୍ ଅଫିସର, ଜଣେ ଦାନ୍ତ ମେଡିକାଲ ଅଫିସର, ୩ ଜଣ ଲାବୋରେଟୋରୀ ଟେକ୍ନିସିଆନ୍ ଏଭଳି ୧୨ଟି ପଦରେ ନିଯୁକ୍ତି ମିଳିବ ।

ସେହିଭଳି କେନ୍ଦୁଝରରେ ୩୩୦ ଶଯ୍ୟା ପାଇଁ ୩ ଜଣ କନିଷ୍ଠ ଆନେସ୍ଥେସିଆ ବିଶେଷଜ୍ଞ, ଜଣେ ଅର୍ଥୋପେଡିକ୍ ବିଶେଷଜ୍ଞ, ଜଣେ ଏଫ୍ଏମଟି ବିଶେଷଜ୍ଞ, ଜଣେ ଜରୁରୀକାଳୀନ ମେଡିକାଲ ଅଫିସର, ୨ ଜଣ ବ୍ଲଡ ବ୍ୟାଙ୍କ ମେଡିକାଲ୍ ଅଫିସର, ୮ ଜଣ ମେଡିକାଲ ଅଫିସର ଜଣେ ଦାନ୍ତ ମେଡିକାଲ ଅଫିସର, ୩ ଜଣ ଲାବୋରେଟୋରୀ ଟେକ୍ନିସିଆନ୍ ଏଭଳି ୨୦ଟି ପଦରେ ନିଯୁକ୍ତି ମିଳିବ ।

Leave A Reply

Your email address will not be published.