Latest Odisha News

ଜାତୀୟ ରୋଡ ସାଇକ୍ଲିଂ ଚାମ୍ପିୟନଶିପ: ସ୍ୱର୍ଣ୍ଣ ଜିତିଲେ ଓଡିଶାର ସ୍ୱସ୍ତି

ଭୁବନେଶ୍ୱର: ହକି ବିଶ୍ୱକପ ସହ ଓଡିଶାର ପରିବେଶ ଏବେ କ୍ରୀଡାମୟ ହୋଇ ଉଠିଛି । ଏହା ମଧ୍ୟରେ ଗୁରୁବାର ଆଉ ଏକ ଖୁସି ଖବର ହସ୍ତଗତ ହୋଇଛି । ଓଡିଶାର ଉଦୀୟମାନ ମହିଳା ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ତାଙ୍କ କ୍ୟାରିୟରରେ ଆଉ ଏକ ସଫଳତା ହାସଲ କରିଛନ୍ତି । ମହାରାଷ୍ଟର ଶିରଡିରେ ଅନୁଷ୍ଠିତ ୭୪ତମ ଜାତୀୟ ରୋଡ ସାଇକ୍ଲିଂ ଚାମ୍ପିୟନଶିପରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୨:୫୬:୪୫ରେ ରେସ ସମ୍ପୂର୍ଣ୍ଣ କରି ଗୁଜରାଟର ଜ୍ୟୋତି କୁମାୱତ ଓ ରେଲୱେର ସି.ଡାନାମ୍ମାଙ୍କ ପଛରେ ପକାଇଥିଲେ ।

୨୧ ବର୍ଷୀୟା ସ୍ୱସ୍ତି ନିକଟରେ ଏକଲବ୍ୟ ପୁରସ୍କାର ପାଇଥିଲେ । ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରରେ ସ୍ୱସ୍ତି ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛନ୍ତି । ଗତବର୍ଷ ଏସିଆନ ଟ୍ରାକ ମିଟରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସ୍ୱସ୍ତିଙ୍କ ସଫଳତା ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.