Latest Odisha News

BREAKING NEWS

କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ତହସିଲ୍ ଅଫିସ ବନ୍ଦ

ସୁନ୍ଦରଗଡ଼: ରାଜ୍ୟରେ ପୁଣି ଥରେ ଭୟଙ୍କର ରୂପ ନେଲାଣି କରୋନାର ଲେଉଟାଣି । ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ବଢୁଛି । ପଜିଟିଭ୍ ଚିହ୍ନଟ ପରେ ବନ୍ଦ ହେଲା ସୁନ୍ଦରଗଡ଼ ସଦର ତହସିଲ୍ ଅଫିସ । ଏଠାରୁ ତିନି ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ଆଜି ପାଇଁ ଅଫିସକୁ ବନ୍ଦ କରାଯାଇଛି । ଏନେଇ ଅଫିସ ଆଗରେ ସୂଚନା ଫଳକ ଲାଗିଛି । ଏହି ସମୟରେ ଅଫିସକୁ ସାନିଟାଇଜ୍ କରାଯିବ । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ କେବଳ ୨୨୪ ଆକ୍ରାନ୍ତ ବାହାରିଛନ୍ତି ।

 

Leave A Reply

Your email address will not be published.