Latest Odisha News

BREAKING NEWS

ଗଞ୍ଜାମରେ ପର୍ଯ୍ୟଟନସ୍ଥଳୀ ଉପରେ କଟକଣା, ଜାଣନ୍ତୁ କେଉଁ ଦିନ କେଉଁଠିକୁ ମନା…

ଗଞ୍ଜାମ: କରୋନା ସଂକ୍ରମଣ ଆଶଙ୍କାରେ ଲାଗିଲା କଟକଣା । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଶନିବାର-ରବିବାର ଗୋପାଳପୁର ଓ ସୁନାପୁର ବିଚ୍ ବନ୍ଦ ରହିବ ।

ସେହିଭଳି ସୋମବାର ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ବନ୍ଦ ରହିବକୁ ନିଷ୍ପତ୍ତି ନିଆଯାଇଛି । ପ୍ରତି ବୁଧବାର ବନ୍ଦ ରହିବ ମା’ ତାରାତାରିଣୀ ମନ୍ଦିର । ବ୍ରହ୍ମପୁରବାସୀ ଓ ପର୍ଯ୍ୟଟକଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିବେଦନ କରିଛନ୍ତି ।

Leave A Reply

Your email address will not be published.