Latest Odisha News

BREAKING NEWS

ସୁନ୍ଦରଗଡ଼, ସୋନପୁର ଓ ଢେଙ୍କାନାଳରେ ନୂଆ ଜିଲ୍ଲାପାଳ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ରାଜେଶ ପ୍ରଭାକରଙ୍କୁ (୨୦୦୫ ବ୍ୟାଚ୍ ର ଆଇଏଏସ ଅଧିକାରୀ) ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ ଭାବେ ନିଯୁକ୍ତ କରିଛନ୍ତି ।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାପଡ଼ିଛି ଯେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ରୂପା ମିଶ୍ର ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ କାଢି ନିଆଯିବା ପରେ ଏହି ଦାୟିତ୍ୱରେ ରାଜେଶ ପ୍ରଭାକର ନିଯୁକ୍ତ ହେବେ ।

ରାଜ୍ୟ ପ୍ରଶାସନିକ କ୍ଷେତ୍ରରେ ସାମାନ୍ୟ ଅଦଳ ବଦଳ ହୋଇଥିବାରୁ ସୁନ୍ଦରଗଡ଼, ସୋନପୁର ଏବଂ ଢେଙ୍କାନାଳ ଜିଲ୍ଲା ଲାଗି ନୂଆ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି ।

ଏବେ ରାଜେଶ ପ୍ରଭାକର ନିର୍ଦ୍ଦେଶକ, ନିଯୁକ୍ତି ଓ ସିିଇଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷରେ କାର୍ଯ୍ୟ କରୁଥିବା ବେଳେ ଏହି ଦାୟିତ୍ୱ ଏବେ ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କୁ (୨୦୧୦ ବ୍ୟାଚ ଆଇଏଏସ ଅଧିକାରୀ) ଦିଆଯାଇଛି ।

ଢେଙ୍କାନାଳ ଜିଲ୍ଲାପାଳ ନିଖିଲ୍ ପବନ କଲ୍ୟାଣ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଶ୍ରୀମତୀ ପଣ୍ଡା ଯିଏକି ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ । ରାଉରକେଲାରେ ଥିବା ବାସଭବନର ନବୀକରଣ ଲାଗି ୭୦ ଲକ୍ଷ ଟଙ୍କା ବ୍ୟୟ କରିଥିଲେ ଏହି ଅଭିଯୋଗ କିଛିଦିନ ପୂର୍ବରୁ ବିବାଦୀୟ ହୋଇ ପଡ଼ିଥିଲା ।

ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ) ଭୁମେଶ ଚନ୍ଦ୍ର ବେହେରା ଏବେ ସୁନ୍ଦରଗଡ଼ର ଯୋଜନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ସେ ଏବେ ଶ୍ରୀ କଲ୍ୟାଣଙ୍କ ସ୍ଥାନରେ ଅବସ୍ଥାପିତ ହେବେ ।

ରାଜ୍ୟ ଗୃହ ବିଭାଗର ଉପ ସଚିବ ମନିଷା ବାନାର୍ଜି (୨୦୧୩ ବ୍ୟାଚ ର ଆଇଏଏସ ଅଧିକାରୀ) ଏବେ ସୋନପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରିବେ ।

Leave A Reply

Your email address will not be published.