Latest Odisha News

BREAKING NEWS

ଗଞ୍ଜାମ: ଦୁର୍ଘଟଣାରେ ଅଧ୍ୟାପକଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ନିକଟସ୍ଥ ବିରୁଲି ଗଡ ଅଞ୍ଚଳରୁ ଆଜି ସକାଳେ ପୋଲିସ ଏକ ମୃତ ଦେହ ଉଦ୍ଧାର କରିଛି ।

ମୃତ ବ୍ୟକ୍ତି ଜଣଙ୍କର ନାମ ଅଶ୍ୱିନ ମିଶ୍ର । ସେ ରମ୍ଭାସ୍ଥିତ ଜଗନ୍ନାଥ ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ଜଣା ପଡିଛି ।

ମିିଳିଥିବା ସୂଚନା ଅନୁସାରେ ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଗୋଡ ଉପରେ ବାଇକଟି ପଡି ରହିଥିଲା ।

ତେବେ ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁଁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.