Latest Odisha News

BREAKING NEWS

ସୁନ୍ଦରୀ ଫେରିଲା ମଧ୍ୟପ୍ରଦେଶ

ଅନୁଗୁଳ : ଅନୁଗୁଳ: ଦୀର୍ଘ ୩ ବର୍ଷ ଯାଏଁ ସାତକୋଶିଆ ଅଭୟାରଣ୍ୟ ଭିତରେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି । ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଶେଷରେ ଧରାଯାଇଛି । ଯନ୍ତାରେ ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗର କର୍ମଚାରୀମାନେ ବହୁ ଉଦ୍ୟମ କରିଥିଲେ। କିନ୍ତୁ ଯନ୍ତା ପାଖକୁ ଆସି ନଥିଲା ବାଘୁଣୀ ସୁନ୍ଦରୀ । ଶେଷରେ ୩ ଜଣିଆ ଡାକ୍ତରୀ ଟ୍ରାଙ୍କୁଲାଇଜ୍ କରି ସୁନ୍ଦରୀକୁ କାବୁ କରିଥିଲେ ।

ସୁନ୍ଦରୀ ଟ୍ରାଙ୍କୁଲାଇଜ ହେବାର ୧୫ ମିନିଟ ପରେ ଚେତା ପାଇଥିଲା । ଏହା ପରେ ତାକୁ ଏକ ସ୍ବତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶ ନିଆଯାଇଛି । ସାତକୋଶିଆରୁ ବାହାରିବା ପୂର୍ବରୁ ସୁନ୍ଦରୀର ଓଜନ ପରୀକ୍ଷା କରାଯାଇଥିଲା । ଏଥିସହ ସେ କରିଥିବା ଶିକାର ଦିଆଯାଇଥିଲା । ଆସନ୍ତାକାଲି ଅପରାହ୍ନରେ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲା ପହଞ୍ଚି ବାଘୁଣୀ ସୁନ୍ଦରୀ ।

Leave A Reply

Your email address will not be published.