Latest Odisha News

ପୁଣି ଡରାଇଲାଣି କରୋନା, ଏପ୍ରିଲ ମାସ ପାଇଁ ଗାଇଡଲାଇନ୍ ଜାରି କଲା କେନ୍ଦ୍ର 

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । ଅନେକ ରାଜ୍ୟରେ କରୋନା ଜନିତ ସଂକ୍ରମଣ ଦ୍ରୁତ ବେଗରେ ବଢିବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏପ୍ରିଲ ମାସ ପାଇଁ ଗାଇଡଲାଇନ୍ ଜାରି କରିଛି । ଗାଇଡଲାଇନରେ ମୁଖ୍ୟତଃ ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ ରଣନୀତି ଉପରେ କାମ କରିବାକୁ ଗୁରୁତ୍ବ ଦିଆଯାଇଛି । 

ଏହାସହ ଟିକାକରଣ ଅଭିଯାନ ଉପରେ ଅଧିକ ଫୋକସ୍ ଦିଆଯିବ । ଯେଉଁ ରାଜ୍ୟରେ ଆରଟିପିସିର ଟେଷ୍ଟ କମ ରହିଛି ତାକୁ ବଢାଇବା ପାଇଁ ପରାମର୍ଶ ଦିଆଯାଇଛି । କୋଭିଡ କଟକଣାକୁ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହାସହ କଡା ପଦକ୍ଷେପ ନେବାକୁ ମଧ୍ୟ କହିଛନ୍ତି । ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

କଣ୍ଟେନମେଣ୍ଟ ଜୋନକୁ ସଠିକ ଭାବେ ଚିହ୍ନଟ କରିବା ସହ ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇ ପାରିବେ ବୋଲି କୁହାଯାଇଛି । ରାଜ୍ୟ ବାହାରକୁ ଯିବା ଆସିବା ଉପରେ କୌଣସି କଟକଣା ରହିବ ନାହିଁ । ନୂଆ ସଂକ୍ରମିତଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । 

Leave A Reply

Your email address will not be published.