ସୁନ୍ଦରଗଡ଼: ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ( ସ୍ପେଶିଆଲ ଇନଭେଷ୍ଟିଗେସନ ଟିମ)SIT କରୁଛି ତନାଘନା । ବଡ଼ଗାଁ ଥାନା ଇତମାରେ ବିସ୍ଫୋରକ ଗୋଦାମରେ ପହଞ୍ଚିଛି ଏସଆଇଟି ଟିମ୍ । ଗୋଦାମରେ ବିସ୍ଫୋରକ ଲୁଟ୍ ଘଟଣାର ଟିମ୍ ତନାଘନା କରୁଛି । କେମିତି ଲୁଟ୍ ହେଲା ବିସ୍ଫୋରକ ପଛର କାରଣ ଖୋଜୁଛି ଏସଆଇଟି ।
ଲୁଟ୍ ଘଟଣାର ତଦନ୍ତ ପାଇଁ ଗତକାଲି ଗଠନ ହୋଇଛି SIT । ଶୁକ୍ରବାର ସର୍ଚ୍ଚ ଅପରେସନ ସମୟରେ କିଛି ବିସ୍ଫୋରକ ଉଦ୍ଧାର ହୋଇଥିଲା । ଆଜି( ଶନିବାର) ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।
ତେବେ ଓଡ଼ିଶା ପୋଲିସ ଡିଜି ୱାଇ.ବି ଖୁରାନିଆ କହିଛନ୍ତି ଯେ, ‘ମାଓବାଦୀ ମାନେ ଲୁଟ କରି ନେଇଯାଇଛନ୍ତି ବିସ୍ଫୋରକ ସାମଗ୍ରୀ । କିଛି ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଛି । ବିସ୍ଫୋରକ ସାମଗ୍ରୀ ଖୋଜିବାକୁ ବଡ ଅପରେସନ ଜାରି ରହିଛି । CRPF ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସୁରକ୍ଷା ଦଳ ଏହି ଅପରେସନରେ ସାମିଲ ଅଛନ୍ତି । ପଡୋଶୀ ରାଜ୍ୟର ସହଯୋଗ ନିଆଯାଉଛି । ସମସ୍ତ ବିସ୍ଫୋରକ ସାମଗ୍ରୀ ଜବତ ହେବା ପର୍ଯ୍ୟନ୍ତ ଅପରେସନ ଚାଲିବ ।’
ଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମଧ୍ୟ ଅବଗତ କରାଯାଇଛି । ପୋଲିସ ଡିଜି ଭିସି ଯୋଗେ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
Comments are closed.