Latest Odisha News

BREAKING NEWS

ଟିସୁ କଲ୍‌ଚର କଦଳୀ ଚାଷ (୧)

( କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)

ଖାଦ୍ୟ ଉତ୍ପାଦନର ପ୍ରଥମ ପ୍ରାଥମିକତା କୃଷି । ତେବେ କର୍ମବ୍ୟସ୍ତ ସମୟ ଭିତରେ ସଭିଏଁ ଏବେ ପାରମ୍ପରିକ କୃଷି ନିଶାରେ ବ୍ୟସ୍ତ । ଗାଁ ମାନଙ୍କରେ ସେଇ ପୁରୁଣା ପଦ୍ଧତି ଏବେ ବି ଲୋକପ୍ରିୟ ହୋଇରହିଛି । ହେଲେ ସମୟ ବଦଳିଛି । ବଞ୍ଚିବାର ଢାଞ୍ଚା ବି ବଦଳିଛି । ଏଠି ଚାଷ କରିବାର ପ୍ରଣାଳୀ ବି ପରିବର୍ତ୍ତନ ହୋଇଛି । ଆଜିର ବିଜ୍ଞାନ ଯୁଗରେ ବୈଜ୍ଞାନିକ ଜ୍ଞାନ କୌଶଳ ବି ଚାଷ ଜମିରେ ବ୍ୟବହୃତ ହେଲାଣି । ସ୍ୱଳ୍ପ ସମୟ ସହ ଅଧିକ ଉତ୍ପାଦନକୁ ପାଥେୟ କରି ଏହା ଏବେ ସାଜିଲାଣି ରୋଲମଡ଼େଲ । ତେବେ ଏଇ ବୈଜ୍ଞାନିକ ଯୁଗର ସେମିତି ଏକ ସୃଷ୍ଟି – ଟିସୁ କଲ୍‌ଚର । ଚାରା ଉତ୍ପାଦନର ଏକ ଶ୍ରେଷ୍ଠ ମାଧ୍ୟମ ଭାବେ ଏହା ବେଶ ପରିଚିତ । ପାରମ୍ପରିକ କୃଷି ପଦ୍ଧତିର ବିକଳ୍ପ ଭାବେ ଉଭା ହୋଇଛି ଟିସୁ କଲ୍‌ଚର ।

 

ଟିସୁ କଲ୍‌ଚର କଣ ?

ଟିସୁ କଲ୍‌ଚର ଏକବିଂଶ ଶତାବ୍ଦୀର ଏକ ବୈପ୍ଲବିକ ଆହ୍ୱାନ । ପାରମ୍ପରିକ ପଦ୍ଧତିକୁ ବାଦ ଦେଇ ବାୟୋଟେକ୍ନୋଲଜି ଯୁଗରେ ଏହା ଏକ ନୂଆ ବିପ୍ଲବ । କେବଳ ଯେ ବୈଷୟିକ ଜ୍ଞାନକୌଶଳରେ ଏହାର ପ୍ରୟୋଗ ହୁଏ ସେ କଥା ନୁହଁ ବରଂ କୃଷି କ୍ଷେତ୍ରରେ ମଧ୍ୟ ଟିସୁ କଲ୍‌ଚରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଯୁଗରେ ଟିସୁ କଲ୍‌ଚରକୁ ପାଥେୟ କରି କୃଷି କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇପାରୁଛି । କିନ୍ତୁ ପ୍ରକୃତ କଥା ହେଉଛି ଏବେ ବି ଅନେକ ଲୋକ ଟିସୁ କଲଚର ଓ ଏହାର ବ୍ୟାପକ ପରିସର ବିଷୟରେ ସମ୍ପୂର୍ଣ୍ଣ ଭାବେ ଅଜ୍ଞ । ତେବେ ଟିସୁ କଲଚର ହେଉଛି ଏକ ଜୈବ ପ୍ରଯୁକ୍ତିବଦ୍ୟା କୌଶଳ ଯାହାକି ଉନ୍ନତ ମାନର ଫସଲ ଉତ୍ପାଦନ କରିବାରେ ସାହାଯ୍ୟ କରିପାରେ । ଏମିତିକି ଉତ୍ପାଦିତ ଫସଲ ଗୁଡ଼ିକ ଉତ୍ତମ ଗୁଣବତ୍ତା ସହିତ ବ୍ୟବସାୟିକ ଭିତ୍ତିଭୂମି ବି ଅନେକ ଗୁଣରେ ସୁଦୃଢ଼ ହୋଇଥାଏ । ତେବେ ପାରମ୍ପରିକ ପଦ୍ଧତିରେ ଗଛ ଗୁଡ଼ିକର ବଂଶବିସ୍ତାରର ମାଧ୍ୟମକୁ ପରିବର୍ତ୍ତନ କରି ଟିସୁ କଲ୍‌ଚର ଉପାୟରେ ଏହାକୁ କିପରି ସୁଦୁରପ୍ରସାରୀ କରାଯାଇପାରିବ , ତାହା ହିଁ ଏହାର ମୂଳ ଲକ୍ଷ୍ୟ । ତେବେ କ୍ରମବର୍ଦ୍ଦିଷ୍ଣୁ ଜନସଂଖ୍ୟା ସହିତ ଉନ୍ନତ ଦେଶ ମାନଙ୍କ ସହ ତାଳ ଦେବା ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ବୈଜ୍ଞାନିକ ମାନେ ମତବ୍ୟକ୍ତ କରନ୍ତି ।

ଉପଯୋଗିତା-
– ଏହି ପ୍ରକ୍ରିିୟାରୁ ଉତ୍ପନ୍ନ ଗଛ ଗୁଡ଼ିକ ଉନ୍ନତ ମାନର ଫୁଲ ,
ଫଳ ତଥା ଏହାର ଗୁଣବତ୍ତା ମଧ୍ୟ ଭଲ ରହିଥାଏ ।
– ଖୁବ ଶୀଘ୍ର ମଂଜି ବିନା ମଧ୍ୟ ଏହି ପ୍ରକ୍ରିୟା ଦ୍ୱାରା ଅନେକ ଗଛ
ଉତ୍ପାଦିତ କରାଯାଇପାରେ ।
– ଏଥିପାଇଁ ସମୟ କମ ଆବଶ୍ୟକ ହୋଇଥାଏ ଓ ପରିଶ୍ରମ ବି କମ
କରିବାକୁ ପଡ଼େ ।
– ରୋଗ ପୋକ ଜନିତ ସମସ୍ୟା ଖୁବ କମ ମାତ୍ରାରେ ପରିଲକ୍ଷିତ ହୁଏ ।
– ଏହି ପଦ୍ଧତିରେ ଶହ ଶହ ସଂଖ୍ୟକ ଗଛ ଏକ ସମୟରେ ସୃଷ୍ଟି
କରାଯାଇପାରେ ।
– ଜର୍ମ ପ୍ଲାଜମା କୁ ସଂରକ୍ଷିତ କରି ରଖାଯାଇପାରେ ।

ବର୍ତ୍ତମାନ ଓଡ଼ିଶାରେ ଟିସୁ କଲଚର କଦଳୀ ବେଶୀ ଲୋକପ୍ରିୟ ଅଟେ । ତେବେ ଏହାକୁ ଏବେ ଚାଷୀ ମାନେ ମଧ୍ୟ ନିଜ ଜମିରେ ବ୍ୟବହାର କରି ଅନେକ ସୁଫଳ ପାଇଲେଣି । ତେବେ ଆସନ୍ତୁ ଦେଖିବା ଏହି ଟିସୁ କଲ୍‌ଚର କଦଳୀ ଚାଷର ପ୍ରଣାଳୀ ଉପରେ :

ଟିସୁ କଲ୍‌ଚର କଦଳୀ ଚାଷ-
ସାଧାରଣତଃ ଗ୍ରାମାଞ୍ଚଳ ମାନଙ୍କରେ କଦଳୀ ଚାଷକୁ ଚାଷୀ ମାନେ ବେଶୀ ପ୍ରାଥମିକତା ଦେଇଥାନ୍ତି । କାରଣ କଦଳୀ ଚାଷ ଏକ ଲାଭଜନକ ଫସଲ । ତେଣୁ ଚାଷୀମାନେ ସେମାନଙ୍କ ପୁରୁଣା ପଦ୍ଧତିକୁ ଆପଣେଇ ଚାଷ କରନ୍ତି । କିନ୍ତୁ ଏବର ସମୟ ଆସିଛି ସେସବୁକୁ ବାଦ ଦେଇ ବୈଜ୍ଞାନିକ ଉପାୟରେ କଦଳୀ ଚାଷ କରିବା । ଟିସୁ କଲଚର ପଦ୍ଧତିରେ କଦଳୀ ଚାଷ କରିବା । ତେବେ ଏହି ଟିସୁ କଲଚର କଦଳୀ ଚାଷ ଏବେ ସାରା ଓଡ଼ିଶାରେ ବେଶ ଲୋକପ୍ର୍ରିୟ ହୋଇଥିବା ବେଳେ ଆଜିବି ଅନେକ ଚାଷୀ ଏ ବିଷୟରେ ଜାଣି ବି ନାହାନ୍ତି । କେବଳ କଦଳୀ ପୁଆଟିଏ ମିଳିଗଲେ ଚାଷୀଟିଏ ଖୁସି ହୋଇଯାଏ କିନ୍ତୁ ଟିସୁ କଲଚର କଦଳୀ ଚାଷ ପାଇଁ ସମୟ କମ ଖର୍ଚ୍ଚ ହେଉଥିବା ବେଳେ ଏଥିପାଇଁ କୌଣସି ବିଶେଷ କଷ୍ଟ କରିବାକୁ ପଡ଼େ ନାହିଁ ।

କୃଷି ସ୍ନାତକୋତ୍ତର , ମୃତ୍ତିକା ବିଜ୍ଞାନ, ସୋଆ , ଭୁବନେଶ୍ୱର

Leave A Reply

Your email address will not be published.