Latest Odisha News

BREAKING NEWS

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଆଥିୟା-କେ.ଏଲ ରାହୁଲ, ଚାଲିଛି ପ୍ରସ୍ତୁତି..

ନୂଆଦିଲ୍ଲୀ : ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଅଥିୟା ସେଟ୍ଟି ଓ କ୍ରିକେଟର କେ.ଏଲ ରାହୁଲ । ସାମ୍ନାକୁ ଆସିଲା ବିବାହ ତାରିଖ  । ଖଣ୍ଡାଲାରେ ୩ ଦିନ ଧରି ଚାଲିବ ଦୁହିଁଙ୍କ ବିବାହ ଉତ୍ସବ । ବିବାହରେ ଯୋଗଦେବେ ବଲିଉଡ ଏବଂ କ୍ରିକେଟର ନାମୀ ଦାମୀ ତାରକା  । ଏହି ତାରକା ମାନଙ୍କ ମଧ୍ୟରେ ସଲମାନ୍‌ ଖାନ୍‌, ଅକ୍ଷୟକୁମାର ଏବଂ ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲି ସାମିଲ୍‌ ଅଛନ୍ତି  ।

ଗଣମାଧ୍ୟମ ସୂଚନା ଅନୁଯାୟୀ, ଜାନୁଆରୀ ୨୩ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହିଁଙ୍କ ବିବାହ ଖଣ୍ଡାଲାର ଏକ ବଙ୍ଗଳାରେ ହେବ । ୨୧ ଜାନୁଆରୀରୁ ୨୩ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବ ଦୁହିଁଙ୍କ ବିବାହ ଉତ୍ସବ  ।ଏଥିରେ କ୍ରିକେଟ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସହ କଳା ଜଗତର ପପୁଲାର ସେଲିବ୍ରିଟି ମଧ୍ୟ ଯୋଗ ଦେବେ ।ଦୁହିଁଙ୍କ ବିବାହକୁ ନେଇ ଉଭୟ ପରିବାର ପକ୍ଷରୁ କିଛି ପ୍ରକାଶ କରାଯାଇନାହିଁ  ।

୨୦୨୧ରେ ଭାଇଙ୍କ ଫିଲ୍ମ ‘ତଡ଼ପ’ ପ୍ରିମିୟର ସମୟରେ ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ସମ୍ପର୍କ ଅଫିସିଆଲ ହୋଇଥିଲା  । ପୂର୍ବରୁ ପରସ୍ପରକୁ ଡେଟିଂ କରୁଥିବା ବେଳେ ଏବେ ହାତକୁ ଦି ହାତ ହେବାକୁ ଯାଉଛନ୍ତି  । ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ବିବାହ ପରେ ଏହି ଦୁହିଁଙ୍କ ଯୋଡ଼ି ଦେଖିବା ପାଇଁ ପ୍ରଶଂସକ ମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି  ।

 

 

Leave A Reply

Your email address will not be published.