Latest Odisha News

BREAKING NEWS

ଅଭାବୀଙ୍କୁ ମାଗଣା ଔଷଧ ଯୋଗାଇବେ ଅଭିନେତା ସୁନୀଲ ଶେଟ୍ଟୀ

ନୂଆଦିଲ୍ଲୀ: ଅଭାବୀ ତଥା ଅନ୍ୟମାନଙ୍କଠାରୁ ଅଳ୍ପ ସୁବିଧା ସୁଯୋଗ ପାଉଥିବା ଲୋକଙ୍କ ପାଇଁ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ସହଯୋଗର ହାତ ବଢାଇଛନ୍ତି।

ଏହି ବଞ୍ଚିତ ବର୍ଗର ଲୋକଙ୍କ ପାଇଁ ମାଗଣାରେ ଔଷଧ ଯୋଗାଇ ଦେବେ ସୁନୀଲ ଶେଟ୍ଟୀ। ଏଥିପାଇଁ ସେ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି। ‘ଦୱା ଭୀ ଦୁଆ ଭୀ’ ନାମରେ ସେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଯାହା ମାଧ୍ୟମରେ ସେ ବଞ୍ଚିତ ବର୍ଗର ଲୋକଙ୍କୁ ସଠିକ୍‌ ଏବଂ ମାଗଣା ଔଷଧ ଯୋଗାଇପାରିବେ।

ଏ ନେଇ ସୁନୀଲ ଶେଟ୍ଟୀ ତାଙ୍କ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ଅଭିଯାନ ବିଷୟରେ କିଛି ସୂଚନା ପ୍ରଦାନ କରିଛନ୍ତି। ସେ ଏହାର ଏକ ଅଂଶ ହୋଇ ବେଶ୍‌ ଖୁସି ଥିବା କହିଛନ୍ତି ସୁନୀଲ। ସଠିକ୍ ଔଷଧ ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ପହଞ୍ଚିବା ହେଉଛି ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

Leave A Reply

Your email address will not be published.