Latest Odisha News

BREAKING NEWS

ଜାତୀୟ ପତାକାକୁ ଅପମାନ ନେଇ ରାଗିଗଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ: ଜାତୀୟ ପତାକାକୁ ଅପମାନ ନେଇ ଲିଟିଲ ମାଷ୍ଟର ଭାବେ ପରିଚିତ ଭାରତର ମହାନ କ୍ରିକେଟର ସୁନୀଲ ଗାଭାସ୍କର ରାଗିଯାଇଛନ୍ତି । ଦକ୍ଷିଣ ଆଫ୍ରିକା ଓ ଭାରତ ମ୍ୟାଚ ପରେ ଏହି ଘଟଣା ଘଟିଛି । ଏକ ଲାଇଭ ଶୋରେ ଭାରତର ପ୍ରଦର୍ଶନ ଓ ଶ୍ରେୟାଶ ଆୟାରଙ୍କ ବ୍ୟାଟିଂ ନେଇ ସେ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରୁଥିଲେ । ହଠାତ ଗାଭାସ୍କର ବିରକ୍ତ ହେବା ସହ ଚୁପ ରହିଥିଲେ । ପରେ ପଚରାଯିବାରୁ ସେ କହିଥିଲେ ଜାତୀୟ ପତାକାରେ ଏକ କମ୍ପାନୀର ନାମ ଲେଖା ହୋଇଥିଲା । ବାସ୍ତବରେ ଏଥିପାଇଁ କାହାକୁ ଅନୁମତି ମିଳି ନ ଥାଏ । ଏହା ଏକ ପ୍ରକାର ଅପମାନ ସଦୃଶ । ଆପଣ ଜାତୀୟ ପତାକାକୁ ଏ ଭଳି ଭାବେ କଦର୍ଥ କରିପାରିବେ ନାହିଁ । ମୁଁ ଏ ଭଳି ଭୁଲ କାର୍ଯ୍ୟ କରୁଥିବା ଲୋକଙ୍କୁ ଚେତାବନୀ ଦେବାକୁ ଚାହୁଁଛି ।

BjdElectrycity

ଏହି ଘଟଣା ପରେ ମୁଁ ବିଚଳିତ ହୋଇ ପଡିଥିଲି ଏବଂ ଶାସ୍ତ୍ରୀଙ୍କ ଆୟାରଙ୍କୁ ନେଇ ପ୍ରଶ୍ନର ଉତର ଦେଇପାରି ନ ଥିଲି । ମୋ କ୍ୟାରିୟର ଶେଷ ମ୍ୟାଚ ଯେଉଁ ଦିନ(୫ ନଭେମ୍ବର, ୧୯୮୭) ଖେଳିଥିଲି ସେହି ଦିନ ଭାରତ ସେମିଫାଇନାଲରେ ପ୍ରବେଶ କରିଥିବାରୁ ମୁଁ ବ୍ୟକ୍ତଗତ ଭାବେ ବେଶ ଖୁସି ଅଛି ବୋଲି ସେ କହିଛନ୍ତି । ସେ ଆୟାରଙ୍କ ପ୍ରଦର୍ଶନ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.