Latest Odisha News

BREAKING NEWS

ବିଧାନସଭାରେ ମହେଶ୍ଵରଙ୍କ ଶେଷ ଦର୍ଶନ, ଦିଆଗଲା ଗାର୍ଡ ଅଫ ଅନର, ସ୍ଵର୍ଗଦ୍ଵାରରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ଵର: ବିଧାନସଭା ପରିସରରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମରଶରୀର । ସମସ୍ତ ମନ୍ତ୍ରୀ ଓ ବିଧାୟକ ସେଠାରେ ମହେଶ୍ୱରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଧାନସଭାରେ ମହେଶ୍ବର ମହାନ୍ତିଙ୍କୁ ଗାର୍ଡ ଅପ୍ ଅନର୍ ଦିଆଗଲା। ପରେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ନିଆଯିବ ।

ପ୍ରଥମେ ହସ୍ପିଟାଲରୁ ମହେଶ୍ଵରଙ୍କ ମରଶରୀରକୁ ଶଙ୍ଖ ଭବନକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶେଷ ଦର୍ଶନ କରିଛନ୍ତି । ସେଠାରୁ ତାଙ୍କୁ ସିଧାସଳଖ ବିଧାନସଭାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅପ୍ ଅନର୍ ଦିଆଯାଇଥିଲା । ସେଠାରେ ମହେଶ୍ୱରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସମସ୍ତ ମନ୍ତ୍ରୀ ଓ ବିଧାୟକ । ସେଠାରୁ ସିଧାସଳଖ ତାଙ୍କୁ ପୁରୀ ନିଆଯିବ । ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ ।

ସୂଚନାଯୋଗ୍ୟ ଯେ, ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଆଜି ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭୋର ୩.୨୫ରେ ଶେଷ ନିଶ୍ବସ ତ୍ୟାଗ କରିଥିଲେ । ବ୍ରେନ୍ ଷ୍ଟ୍ରୋକରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ମହେଶ୍ବର ମହାନ୍ତିଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.