Latest Odisha News

BREAKING NEWS

୬ ବର୍ଷ ପରେ ଛୋଟ ପରଦାକୁ ଫେରିବେ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର

ମୁମ୍ବାଇ: ବଲିଉଡ଼ ତଥା ଛୋଟପରଦାର ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଦୀର୍ଘ ୬ ବର୍ଷ ପରେ ସେ ଛୋଟପରଦାକୁ ଫେରିବାକୁ ଯାଉଛନ୍ତି । ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଦ କପିଲ ଶର୍ମା ଶୋ’ର ଗୁଥୀ ଚରିତ୍ରରେ ଅଭିନୟ କରି ଲୋକଙ୍କୁ ହସାଇ ହସାଇ ବେଦମ କରାଉଥିଲେ ସୁନୀଲ । ତେବେ କପିଲଙ୍କ ସହ ମନୋମାଳିନ ପରେ ସୁନୀଲ ଗ୍ରୋଭର ଶୋ ଛାଡି ଦେଇଥିଲେ । ଏହାପରେ ସୁନୀଲ ଦୀର୍ଘ ଦିନ ଧରି ଟିଭି ଜଗତରୁ ମଧ୍ୟ ନିଜକୁ ଦୂରେଇ ରଖିଥିଲେ । ଖୁବ୍ ଶୀଘ୍ର ସେ ଶାହରୁଖ ଖାନଙ୍କ ଫିଲ୍ମ ‘ଜୱାନ’ରେ ନଜର ଆସିବେ ।
ନିକଟରେ ଏକ ସାକ୍ଷାତକାରରେ ସୁନୀଲ କହିଛନ୍ତି ଯେ, ଟିଭି ଏକ ବଡ ମାଧ୍ୟମ । ମୁଁ ଆଜି ଯାହା ବି ହୋଇଛି, କେବଳ ଟିଭି ଦୁନିଆ ପାଇଁ । ମୋର ଟେଲିଭିଜନକୁ ଫେରିବାକୁ ବହୁତ ଇଚ୍ଛା , ଯେଉଁଥି ପାଇଁ ମୁଁ ପ୍ରସ୍ତୁତ ହେଉଛି । ଖୁବ୍‌ଶୀଘ୍ର ଫେରିବାକୁ ବି ଯାଉଛି । ସୁନୀଲଙ୍କ କଥାରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଖୁବ୍‌ଶୀଘ୍ର ଛୋଟ ପରଦାକୁ ଫେରୁଛନ୍ତି ।
ଏବେ ସୁନୀଲ ତାଙ୍କ ୱେବ୍ ସିରିଜ୍ ୟୁନାଇଟେଡ୍ କାଚେରେ ବ୍ୟସ୍ତ ଅଛନ୍ତି । କପିଲ ଶର୍ମା ଶୋ ଛାଡ଼ିବା ପରେ ସେ ବଲିଉଡ଼ରେ କାମ କରୁଥିଲେ । ଏହି ସମୟରେ ଭିତରେ ସେ ଅନେକ ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି ।

Leave A Reply

Your email address will not be published.