Latest Odisha News

BREAKING NEWS

ଆଉ ମିଳିବନି ମାରୁତିର ସବୁଠୁ ଶସ୍ତା କାର, ଅଲ୍ଟୋ ୮୦୦ର ଉତ୍ପାଦନ ବନ୍ଦ କଲା କମ୍ପାନୀ

ନୂଆଦିଲ୍ଲୀ: ମାରୁତି ସୁଜୁକି ତାର ସବୁଠୁ ଶସ୍ତା କାର ଅଲ୍ଟୋ ୮୦୦ର ଉତ୍ପାଦନକୁ ବନ୍ଦ କରି ଦେଇଛି । ତେବେ ଏନେଇ କମ୍ପାନୀ ବିଧିବଦ୍ଧ ଘୋଷଣା କରି ନାହିଁ । ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମାରୁତି ସବୁଠୁ ଅଧିକ ବିକ୍ରି ହେଉଥିବା କାରର ଉତ୍ପାଦନକୁ ବନ୍ଦ କରିଛି ।

ନିକଟରେ ମାରୁତି କାରର ଷ୍ଟାଣ୍ଡାର୍ଡ, ଏଲଏକ୍ସଆଇ ଓ ଏଲଆକ୍ସଆଇ ସିଏନଜି ମଡେଲର ଉତ୍ପାଦନ ବନ୍ଦ କରିଥିଲା । ୨୦୦୦ ମସିହାରେ ମାର୍କେଟକୁ ଆସିଥିଲା ଅଲ୍ଟୋ କାର୍ । ୨୦୧୦ ସୁଦ୍ଧା କମ୍ପାନୀ କାରର ୧୮ ଲକ୍ଷ ୟୁନିଟ୍ ବିକ୍ରି କରିଥିଲା । ଏହା ପରେ ବଜାରକୁ ଆସିଥିଲା ଅଲ୍ଟୋ କେ୧୦ । ୨୦୧୦ରୁ ଏବେ ସୁଦ୍ଧା କମ୍ପାନୀ ୧୭ ଲକ୍ଷ ଅଲ୍ଟୋ, ୯ ଲକ୍ଷ ୫୦ ହଜାର ଅଲ୍ଟୋ କେ୧୦ ବିକ୍ରି କରିଛି । ଅର୍ଥାତ୍ କମ୍ପାନୀ ପ୍ରତି ଘଣ୍ଟାରେ ଶହେଟି କାର୍ ବିକ୍ରି କରୁଛି ।

ରିପୋର୍ଟ ଅନୁସାରେ, କମ୍ପାନୀ ବିଏସ୍୬ ଫେଜ୍ ୨ ନୀତିକୁ ଦୃଷ୍ଟି ରଖି ଅଲ୍ଟୋ ୮୦୦କୁ ଅପଗ୍ରେଡ୍ ପାଇଁ ନିବେଶ କରିବାକୁ ଚାହୁଁନାହିଁ । ଯେଉଁଥିପାଇଁ କାର ଉତ୍ପାଦନକୁ ବନ୍ଦ କରି ଦିଆଯାଇଛି । ଏବେ କମ୍ପାନୀ ପାଖରେ ଗଚ୍ଛିତ ଥିବା କାରକୁ ହିଁ ବିକ୍ରି କରିବ ।

ଅଲ୍ଟୋ ୮୦୦ ଉତ୍ପାଦନ ବନ୍ଦ ପରେ ମାରୁତି ଅଲ୍ଟୋ କେ୧୦ର ପ୍ରମୋସନ କରିବ । ଯାହାର ପ୍ରାରମ୍ଭିକ ମୂଲ୍ୟ ୩.୯୯ ଲକ୍ଷ ରହିଥିବା ବେଳେ ଟପ୍ ଭାରିଆଣ୍ଟର ମୂଲ୍ୟ ୫.୯୪ ଲକ୍ଷ । ସେହିଭଳି ଅଲ୍ଟୋ ୮୦୦ର ମୂଲ୍ୟ ଦିଲ୍ଲୀରେ ୩.୫୪ ଲକ୍ଷ ରହିଥିବା ବେଳେ ଟପ୍ ଭାରିଆଣ୍ଟର ମୂଲ୍ୟ ୫.୧୩ ଲକ୍ଷ ରହିଛି ।

ମାରୁତି ସୁଜୁକିର ଅଲ୍ଟୋ କାରରେ ୭୯୬ ସିସିର ପେଟ୍ରୋଲ୍ ଇଞ୍ଜିନ୍ ରହିଥିବା ବେଳେ ୫ ସ୍ପିଡର ମାନୁଆଲ୍ ଗିୟରବକ୍ସ ରହିଛି । ଭାରତର ପ୍ରତିଟି ମଧ୍ୟବିତ୍ତଙ୍କ ପସନ୍ଦିତ କାର ଅଲ୍ଟୋର ଉତ୍ପାଦନ ବନ୍ଦ କରିଛି ମାରୁତି ।

Leave A Reply

Your email address will not be published.