ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସୁନୀଲକାନ୍ତ ବେହେରାଙ୍କ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ସହର ହିଲପାଟଣାସ୍ଥିତ ଗୋପବନ୍ଧୁ ନଗର ନିଜ ବାସ ଭବନରେ ହୃଦ୍ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ପାଖରେ ପତ୍ନୀ ସଂଘମିତ୍ରା ବକ୍ସିପାତ୍ର ଉପସ୍ଥିତ ଥିଲେ। ପ୍ରଫେସର ବେହେରାଙ୍କ ପରଲୋକ ଖବର ପ୍ରସାର ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାମାନେ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
ଅନେକ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗରେ ଦୀର୍ଘବର୍ଷ ଅଧ୍ୟାପନା କରିବା ପରେ ଗତ ୨୦୧୫ମସିହାରେ ଅବସର ନେଇଥିଲେ। ପରେ ଆସାମର ତେଜପୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଗଣ ଯୋଗାଯୋଗ ବିଭାଗର ଡ଼ିନ୍ ଭାବରେ ଯୋଗ ଦେଇଥିଲେ। ଗତ ଗତବର୍ଷ ସେଠାରୁ ଅବସର ନେବା ପରେ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ। ଦୁଇମାସ ପୂର୍ବେ ପ୍ରଫେସର ବେହେରା ମୃତ୍ୟୁ ପରେ ତାଙ୍କ ଶରୀର ଡ଼ାକ୍ତରୀ ଗବେଷଣା ପାଇଁ ଦାନ କରିବାକୁ ଇଛାପତ୍ର ସ୍ବାକ୍ଷର କରିଥିଲେ। ବାଙ୍ଗାଲୋରରେ ରହୁଥିବା ପୁଅ, ଝିଅ ଫେରିବା ପରେ ତାଙ୍କ ମୃତଦେହକୁ ଏମ୍କେସିଜି ମେଡ଼ିକାଲର ଆନାଟୋମି ବିଭାଗକୁ ଦାନ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.