Latest Odisha News

BREAKING NEWS

ପୃଥିବୀକୁ ଫେରିଲେ ଏମିତି ହେବ ସୁନୀତାଙ୍କ ଅବସ୍ଥା…      

ନୂଆଦିଲ୍ଲୀ: ପୃଥିବୀକୁ ଫେରିବାକୁ ଦିନ ଗଣୁଛନ୍ତି ସୁନୀତା । ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଲମ୍ବା ସମୟ ୮ ମାସ ଧରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ରହିବା ପରେ ଏବେ ମାର୍ଚ୍ଚ ମାସରେ ପୃଥିବୀ ଫେରିବା ନେଇ ଚର୍ଚ୍ଚା । କୁହାଯାଉଛି, ମାର୍ଚ୍ଚ ୧୯ରେ ସେମାନେ ପୃଥିବୀ ଫେରିପାରନ୍ତି । ସୁନୀତା ଏବଂ ସାଥୀ ମହାକାଶଚାରୀ ବୁଚ୍ ୱିଲମୋରଙ୍କ ସହିତ, ଆସନ୍ତା ମାସରେ କ୍ରୁ-୧୦ ଆସିବା ପରେ ପୃଥିବୀକୁ ଫେରିବେ ବୋଲି ଏକ ପ୍ରକାର ସ୍ଥିତ ହୋଇସାରିଲାଣି । ସ୍ପେସଏକ୍ସର ସହାୟତାରେ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଲାଣି ।

ଏନେଇ ସ୍ପେସରୁ ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ, ସୁନୀତା ଏବଂ ୱିଲମୋର ନିଶ୍ଚିତ କରିଛନ୍ତି ଯେ କ୍ରୁ-୧୦ ମିଶନ୍ ମାର୍ଚ୍ଚ ୧୨ ତାରିଖରେ ପୃଥିବୀରୁ ଉତକ୍ଷେପଣ ହେବାକୁ ଯାଉଛି । ଚାରି ଜଣିଆ ଦଳ ଛଅ ମାସ ଧରି ମିଶନ୍ ପାଇଁ ଆଇଏସଏସ ସହିତ ଡକ୍ କରିବେ, ଯାହା ଦ୍ୱାରା ମହାକାଶ ଷ୍ଟେସନରେ ନାସା କର୍ମଚାରୀଙ୍କ ନିରନ୍ତର ଉପସ୍ଥିତି ଜାରି ରହିବ । ଏହାପରେ ସେମାନେ ପୃଥିବୀ ଫେରିବେ ।

ହେଲେ ଏବେ ପୃଥିବୀ ଫେରିବାକୁ ସୁନୀତା ଯେତିକି ଉତ୍ସୁକ ଅଛନ୍ତି, ସେତିକି ଚିନ୍ତାରେ ମଧ୍ୟ ରହିଚନ୍ତି । ୮ ଦିନ ମହାକାଶ ଯାତ୍ରା କରିଥିବା ସୁନୀତା ୮ ମାସ ପରେ ଏବେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସହ କିପରି ସମ୍ମୁଖୀନ ହେବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । କାରଣ ଦୁଇ ମହାକାଶଚାରୀ ପୃଥିବୀ ଫେରିବା ପରେ ଗୁରୁତ୍ୱାକର୍ଷଣ ସେମାନଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ । ବିନା ଗ୍ରାଭିଟିରେ ୮ମାସ ଜୀବନ ଅତିବାହିତ କରିବା ପରେ ଏବେ ଏହି ହଠାତ୍ ପରିବର୍ତ୍ତନ ତାଙ୍କ ଅସ୍ୱସ୍ଥିକର କାରଣ ପାଲଟିବ ।

୮ ମାସରୁ ଅଧିକ ମାଇକ୍ରୋଗ୍ରାଭିଟିରେ ଜୀବନ ବିତାଇବା ପରେ ଭୂମି ଉପରେ ଜୀବନ ସହିତ ଖାପ ଖୁଆଇବା ସେମାନଙ୍କ ପାଇଁ  ଚ୍ୟାଲେଞ୍ଜପୂର୍ଣ୍ଣ ହେବ । ଏକ୍ ରେ ମହାକାଶରେ ରହିବା ପରେ ସୁନୀତାଙ୍କ ସ୍ବାସ୍ଥ୍ୟରେ ଅନେକ ପରିବର୍ତ୍ତନ ଆସିଛି । ଆଉ ହଠାତ୍ ଏବେ ଗ୍ରାଭିଟି ତାଙ୍କ ଶରୀରରେ ନକାରତ୍ମକ ପ୍ରଭାବ ପକାଇବାରେ । କାରଣ ମାସ ମାସ ଧରି ଓଜନହୀନତାରେ ରହିବା ପରେ ଗୁରୁତ୍ୱାକର୍ଷଣ ତାଙ୍କ ଶରୀରକୁ  କଷ୍ଟ ଦେଇପାରେ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁନୀତାଙ୍କ ସାଥି ଓ୍ବିଲମୋର । ଗୁରୁତ୍ୱାକର୍ଷଣ କିପରି ତାଙ୍କ ପାଇଁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ସେନେଇ ବଖାଣିଛନ୍ତି । ମାଧ୍ୟାକର୍ଷଣ ପ୍ରକୃତରେ କଠିନ । ଆମେ ଫେରି ଆସିଲେ ଆମେ ଏହା ନିଶ୍ଚିତ ଅନୁଭବ କରିବୁ । ମାଧ୍ୟାକର୍ଷଣ ସବୁକିଛି ତଳକୁ ଟାଣେ । ତରଳ ପଦାର୍ଥକୁ ମଧ୍ୟ ତଳକୁ ଟାଣି ହେବ, ଏବଂ ସେଠି ଆମକୁ ଏକ ପେନସିଲ୍ ଉଠାଇବା ମଧ୍ୟ ଏକ ବ୍ୟାୟାମ ପରି ଅନୁଭବ ହେବ ବୋଲି ସେ କହିଛନ୍ତି ।

ଗତ ବର୍ଷ ଜୁନ ମାସରେ ୮ ଦିନ ପାଇଁ ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲ୍‌ରେ ମହାକାଶକୁ ଯାତ୍ରା କରିଥିଲେ ସୁନୀତା ଓ ତାଙ୍କ ସାଥି ଓ୍ବିଲମୋର । କିନ୍ତୁ ବୋଇଙ୍ଗ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ  ପ୍ରାୟ ୮ ମାସ ହେଲା ସେଠି ଫସିରହିଛନ୍ତି ସୁନୀତା । ପରେ ସୁନୀତା ଓ ସହଯୋଗୀ ୱିଲମୋର, ସ୍ପେଶଏକ୍ସ ମହାକାଶ ଯାନରେ ଫେରିବାର ଥିଲା । କିନ୍ତୁ ଏହି ଯାନ ଲଞ୍ଚରେ ବିଳମ୍ବ ଯୋଗୁଁ ଉଭୟ ମହାକାଶଚାରୀ ଚଳିତ ବର୍ଷ ମାର୍ଚ୍ଚ ଶେଷରେ କିମ୍ବା ଏପ୍ରିଲ ଆରମ୍ଭରେ ଘରକୁ ଫେରିବା ନେଇ ଆଶା ରହିଛି ।

Comments are closed.