Latest Odisha News

BREAKING NEWS

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ୍ ଦେବେ ସୁନିତା, ଜାଣନ୍ତୁ କେମିତି ହେବ ସମ୍ଭବ

ନୂଆଦିଲ୍ଲୀ: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଏବେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ଅଛନ୍ତି।

ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ୍ ଦେବେ ସୁନିତା ଓ ବୁଚ୍। ନଭେମ୍ବର ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​ଉଭୟ ଭୋଟ୍ ଦେବାକୁ ଯୋଜନା କରୁଛନ୍ତି। ତେବେ ଏହା କେମିତି ସମ୍ଭବ ହେବ ଆସନ୍ତୁ ଜାଣିବା…

୧୯୯୭ରେ ଟେକ୍ସାସ୍ ଏକ ଆଇନ ପ୍ରଣୟନ କରିଥିଲା। ଯେଉଁଥିରେ ମହାକାଶଚାରୀମାନଙ୍କୁ ନିର୍ବାଚନରେ ​​ଭୋଟ୍ ଦେବାର ଅଧିକାର ଦିଆଯାଇଥିଲା। ଏହି ନିୟମ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ମହାକାଶରେ ଅଛନ୍ତି ତେବେ ସେ ଇଲେକ୍ଟ୍ରୋନିକ୍ ଭୋଟ୍ ଦେଇପାରିବେ। କାରଣ ନାସାର ଅଧିକାଂଶ ମହାକାଶଚାରୀ ଟେକ୍ସାସ, ହ୍ୟୁଷ୍ଟନରେ ରୁହନ୍ତି।

ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁନୀତା ଏବଂ ବଚ କହିଛନ୍ତି ଯେ ସେମାନେ ଭୋଟ୍ ଦେବାକୁ ବ୍ଲେଟ୍ ମାଗିଛନ୍ତି। ଏହି ସମ୍ମିଳନୀରେ ସୁନୀତା କହିଛନ୍ତି ଯେ “ଏହା ମୋର ଖୁସିର ସ୍ଥାନ। ମୁଁ ମହାକାଶରେ ରହିବାକୁ ଭଲ ପାଏ।

ଆହୁରି ମଧ୍ଯ ବଚ୍ କହିଛନ୍ତି ଯେ ଭୋଟ୍ ଦେବା ନାଗରିକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ।

Comments are closed.