Latest Odisha News

BREAKING NEWS

ସୁନୀତାଙ୍କ ଫେରିବା ବେଳେ ଉପୁଜିଥିଲା ବିପଦ, ୭ ମିନିଟ୍ ବ୍ଲାକଆଉଟ ଥିଲା କମ୍ୟୁନିକେସନ

ନୂଆଦିଲ୍ଲୀ: ମହାକାଶକୁ ୮ ଦିନ ପାଇଁ ଯାଇଥିଲେ, ହେଲେ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ । ଫ୍ଲୋରିଡା ତଟରେ କ୍ରୁ-୯ ମିଶନର ଡ୍ରାଗନ ମହାକାଶଯାନର ସଫଳ ଅବତରଣ ପରେ ସୁରକ୍ଷିତ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ତାଙ୍କ ଟିମ୍। ଆଇସିସିରୁ ୧୭ ଘଣ୍ଟା ଯାତ୍ରା ପରେ ଘରକୁ ଫେରିଛନ୍ତି ସୁନୀତା। ଜାଣିଛନ୍ତି କି ସୁନୀତାଙ୍କ ଫେରିବା ବେଳେ ବିପଦ ଉପୁଜିଥିଲା। ଏମିକି ଏକ ସମୟ ଆସିଥିଲା ନାସା ବୈଜ୍ଞାନିକ ଚିନ୍ତାରେ ପଡି ଯାଇଥିଲେ।

କୁହାଯାଉଛି ୭ ମିନିଟ୍ ଯାଏ ମହାକାଶଯାନ ଡ୍ରାଗନ୍ କ୍ୟାପସୁଲ ସହ କୌଣସି ସମ୍ପର୍କ ହୋଇପାରି ନଥିଲା। କଳ୍ପନା ଚାୱାଲାଙ୍କ ସମୟରେ ଯାହା ହୋଇଥିଲା ସେମିତି କିଛି ସ୍ଥିତି ସୃଷ୍ଟି ହୋଇଥିଲା ସୁନିତାଙ୍କ ସମୟରେ ମଧ୍ୟ। ହେଲେ ଅନ୍ତରୀକ୍ଷ ଯୁଦ୍ଧରେ ଜିତି ସୁରକ୍ଷିତ ଫେରିଛନ୍ତି ସାହସୀ ସୁନୀତା। ଆଷ୍ଟ୍ରୋନଟଙ୍କୁ ନେଇ ଆସୁଥିବା ଏୟାରକ୍ରାଫ୍ଟ ଯେମିତି ବାୟୁମଣ୍ଡଳରେ ପ୍ରବେଶ କରିଥିଲା ତାପମାତ୍ରା ୧୬୦୦ଡିଗ୍ରୀ ସେଲସିୟସରୁ ଅଧିକ ଥିଲା। ସେହି ସମୟ ଥିଲା ଯେବେ ୭ ମିନିଟ୍ କମ୍ୟୁନିକେସନ ବ୍ଲାକଆଉଟ ହୋଇଥିଲା।

ଅନ୍ତରୀକ୍ଷ ଏଜେନ୍ସିଂଙ୍କର ସ୍ପେସକ୍ରାଫ୍ଟ ସହ କନେକ୍ଟ ହୋଇପାରିନଥିଲା। ୭ମିନିଟ୍ ପରେ ୩ଟା ୨୦ମିନିଟରେ ଯୋଗାଯୋଗ ହୋଇଥିଲା। ବ୍ଲାକଆଉଟ ସମୟରେ ଯଦି ତାପମାତ୍ରା ବହୁତ ଅଧିକ ହୁଏ ତେବେ ସ୍ପେସକ୍ରାଫ୍ଟ କ୍ରାଶ ହେବାର ସମ୍ଭାବନା ବଢିଯାଏ । ଏମିତି ପୂର୍ବରୁ ହୋଇ ସାରିଛି। ୨୦୦୩ ଫେବୃଆରୀ ୧ରେ ସ୍ପେସକ୍ରାଫ୍ଟ କଲୋମ୍ବିଆ ଏହି କାରଣରୁ ଦୁର୍ଘଟଣାର ଶିକାର ହୋଇଥିଲା। ଯେଉଁଥିରେ ଭାରତୀୟ ବଂଶୋଦ୍ଭବ କଳ୍ପନା ଚାୱାଲାଙ୍କର ମୃତ୍ୟୁ ହୋଇଥିଲା।

 

Comments are closed.