Latest Odisha News

BREAKING NEWS

ତୃତୀୟଥର ପାଇଁ ମହାକାଶ ଯାତ୍ରାରେ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ: ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍ସ ପୁଣି ମହାକାଶକୁ ଯାତ୍ରା ଆରମ୍ଭ କରିଛନ୍ତି। ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା। ସୁନୀତା ୱିଲିୟମ୍ସ ଅନ୍ୟ ଜଣେ ସହକର୍ମୀଙ୍କ ସହ ବୁଧବାର ତୃତୀୟ ଥର ପାଇଁ ମହାକାଶକୁ ଯାତ୍ରା କରିଛନ୍ତି। ଏହା ସହିତ ଉଭୟେ ବୋଇଙ୍ଗ କମ୍ପାନୀର ଷ୍ଟାରଲିନର୍ ମହାକାଶଯାନରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାଇ ପ୍ରଥମ ସଦସ୍ୟ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଏନେଇ ଆମେରିକୀୟ ମହାକାଶ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ସୁନିତାଙ୍କ ସହ ନାସାର ଅନ୍ୟ ଜଣେ ମହାକାଶଚାରୀ ବୁଚ୍ ୱିଲମୋର ମହାକାଶ ଯାତ୍ରା କରିଛନ୍ତି। ଉଭୟ ବୋଇଙ୍ଗର କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନ ଅନେକ ବିଳମ୍ବ ପରେ ଫ୍ଲୋରିଡାର କେପ କାନଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ଯାତ୍ରା କରିଛନ୍ତି। ଏହି ମିଶନରେ ସୁନିତାଙ୍କ ସହ ନାସାର ମହାକାଶଚାରୀ ବୁଚ୍ ୱିଲମୋରଙ୍କ ସହ ବୋଇଂର ଷ୍ଟାରଲାଇନ୍ ମହାକାଶ ଯାନରେ ଉଡ଼ାଣ ଭରିଛନ୍ତି । ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟର (ଆଇଏସଏସ) ହେଉଛି ସେମାନଙ୍କ ଗନ୍ତବ୍ୟସ୍ଥଳୀ । ସେଠାରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ଏହାପରେ ସେମାନେ ଜୁନ୍ ୧୪ ତାରିଖରେ ମହାକାଶଯାନରୁ ପଶ୍ଚିମ ଆମେରିକାର ଏକ ସୁଦୂର ମରୁଭୂମିରେ ଫେରିବେ। ଏଥିପାଇଁ ଷ୍ଟାରଲିନର୍ ଯାନର ପୁନଃ ବ୍ୟବହାର କରିବେ। ଏହି ଯାନରେ ସେମାନେ ପୃଥିବୀକୁ ଫେରିବେ।

ସୂଚନାଥାଉକି ଏହାପୂର୍ବରୁ ମେ ୭ ତାରିଖରେ ସୁନିତା ୱିଲିୟମ୍ସଙ୍କ ତୃତୀୟ ମହାକାଶ ମିଶନକୁ ସ୍ଥଗିତ ରଖାଯାଇଥିଲା। ଲଞ୍ଚ୍‌ ହେବାର କିଛି ଘଣ୍ଟା ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ତୃତୀୟ ଥର ପାଇଁ ମହାକାଶ ଅଭିମୁଖେ ଉଡ଼ାଣ ଭରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ସୁନିତା ବଚ୍‌ ଓ୍ବିଲ୍‌ମୋରଙ୍କ ସହ ନୂତନ ମହାକାଶ ଯାନ ବୋଇଙ୍ଗ ଷ୍ଟାରଲାଇନରରେ ଉଡ଼ାଣ ଭରିବାର ଥିଲା। କିନ୍ତୁ ଲଞ୍ଚ୍‌ ହେବାର କିଛି ଘଣ୍ଟା ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ମିଶନ୍‌ ବର୍ତ୍ତମାନ ସ୍ଥଗିତ ରଖାଯାଇଥିଲା।

Comments are closed.