ନୂଆଦିଲ୍ଲୀ: ପୃଥିବୀ ଫେରୁଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ ଓ୍ବିଲମୋର । ଏହି ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ସୁନିତାଙ୍କୁ ଭାରତର ଜଣେ ସୁନ୍ଦର ଝିଅ ବୋଲି କହିଛନ୍ତି ଏବଂ ତାଙ୍କ ସହିତ ତାଙ୍କର ଗଭୀର ସମ୍ପର୍କ ବିଷୟରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଚିଠିରେ ଲେଖିଛନ୍ତି , ତୁମେ ହଜାର ହଜାର ମାଇଲ ଦୂରରେ ଥିଲେ ମଧ୍ୟ ଆମର ଅତି ନିଜର।” ନଅ ମାସର ମହାକାଶ ଯାତ୍ରା ପରେ ଭାରତ ଫେରୁଛନ୍ତି ସୁନିତା। କିନ୍ତୁ ସୁନିତା ୱିଲିୟମ୍ସଙ୍କ ମହାକାଶଯାନ ସ୍ଥଳଭାଗ ବଦଳରେ ସମୁଦ୍ରରେ ଅବତରଣ କରିବ। ଆସନ୍ତୁ ଜାଣିବା ସ୍ଥଳଭାଗ ବଦଳରେ ସମୁଦ୍ରରେ ଅବତରଣ କରିବା ପଛର ରହସ୍ୟ।
ମହାକାଶରୁ ଫେରିଥିବା ମହାକାଶଯାନଗୁଡିକର ଅବତରଣର ଭିନ୍ନ ଭିନ୍ନ ପ୍ରକ୍ରିୟା ରହିଛି। ଯେପରି ଆମେରିକା ନାସାର ସଟଲ ପ୍ରୋଗ୍ରାମ ପୂର୍ବରୁ ଏକ ବିମାନ ପରି ରନୱେରେ ଅବତରଣ କରୁଥିଲା। କିନ୍ତୁ ଅବତରଣ ସମୟରେ ଏହାର ଟାଇଲ୍ସଗୁଡ଼ିକ ସମସ୍ଯା ସୃଷ୍ଟି କରିଥିଲା। ଏହା ପରେ ନାସା ଏକ ବାଣିଜ୍ୟିକ କ୍ରୁ ପ୍ରୋଗ୍ରାମ୍ ସୃଷ୍ଟି କରିଥିଲା। ସେହିପରି ଋଷୀୟମାନେ ସେମାନଙ୍କର ମହାକାଶଯାନକୁ ସ୍ଥଳଭାଗରେ ଅବତରଣ କରନ୍ତି। ତେବେ ମହାକାଶଯାନ ସମୁଦ୍ରରେ ଅବତରଣ କରାଗଲେ ଏହାକୁ ପୁଣି ବ୍ୟବହାର କରିହୁଏ ବୋଲି କୁହାଯାଏ। ଏହା ସହିତ ଜଳଭାଗରେ ଅବତରଣ ଦ୍ବାରା ମହାକାଶଚାରୀଙ୍କ ପାଇଁ ଏହା ଆରାମଦାୟକ ଓ ସୁରକ୍ଷିତ ହୋଇଥାଏ।
ନାସା ସୂଚନା ଅନୁଯାୟୀ, ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଉଭୟ ଭାରତୀୟ ସମୟ ଅନୁସାରେ ଆଜି ସକାଳ ୧୦ ଟା ୩୫ ରେ ବାହାରିଥିଲେ। ଉଭୟେ ଜୁନ୍ ୨୦୨୪ ରେ ୮ ଦିନ ପାଇଁ ବୋଇଂ ଷ୍ଟାରଲାଇନର୍ ଯାନରେ ମହାକାଶ ଯାତ୍ରା କରିଥିଲେ। ବୋଇଂ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି କାରଣରୁ, ଦୁଇ ମହାକାଶଚାରୀଙ୍କୁ ପୃଥିବୀକୁ ଫେରାଇ ଆଣିବାର ସମୟ ବୃଦ୍ଧି ହୋଇଥିଲା। ଏବେ ସେମାନେ ମହାକାଶରୁ ଫେରି ବୁଧବାର ଭୋର ୩ ଟା ୨୭ ସୁଦ୍ଧା ଫ୍ଲୋରିଡା ଉପକୂଳରେ ଅବତରଣ କରିବେ ବୋଲି ଆଶା କରାଯାଉଛି।
Comments are closed.