Latest Odisha News

ମହାକାଶରୁ ଭୋଟ୍ ଦେବେ ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ: ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ମହାକାଶରୁ ଦେବେ ଭୋଟ୍। ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରୁ ସେ ତାଙ୍କ ଅଧିକାର ସାବ୍ୟସ୍ତ କରିବେ। ନଭେମ୍ବରରେ ୫ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ତାଙ୍କର ମତ ସାବ୍ୟସ୍ତ କରିବେ ବୋଲି ନାସା ସୂଚନା ଦେଇଛି। ସୁନୀତା ୱିଲିୟମ୍ସ ବର୍ତ୍ତମାନ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ (ଆଇଏସଏସ)ର କମାଣ୍ଡର ଭାବରେ କାର୍ଯ୍ୟ କରୁଛନ୍ତି।

ତେବେ ମହାକାଶରେ ମହାକାଶଚାରୀଙ୍କ ପାଇଁ ଭୋଟ୍ ଦେବା ଘଟଣା ନୂଆ ନୁହେଁ। ୧୯୯୭ରେ ଆମେରିକାର ଟେକ୍ସାସ୍ ବିଧାନସଭା ଏନେଇ ଏକ ବିଲ୍ ପାସ୍ କରି ମହାକାଶଚାରୀଙ୍କୁ କକ୍ଷପଥରୁ ଭୋଟ୍ ଦେବାର ଅଧିକାର ଅନୁମତି ଦେଇଥିଲା। ଏହା ପୂର୍ବରୁ ନାସାର ପ୍ରଥମ ମହାକାଶଚାରୀ ଭାବରେ ଡେଭିଡ ୱଲ୍ଫ ମହାକାଶରୁ ଭୋଟ୍ ଦେଇଥିଲେ। ସେ ମିର୍ ସ୍ପେସ୍ ଷ୍ଟେସନରୁ ଭୋଟ ଦେଇଥିଲେ। ସେହିପରି ୨୦୨୦ ନିର୍ବାଚନରେ କାଟେ ରୁବିନ୍ସ ନିଜର ମତ ସାବ୍ୟସ୍ତ କରିଥିଲେ ।

ମହାକଶରୁ ଭୋଟ ଦେବାକୁ ହେଲେ ସୁନୀତାଙ୍କୁ ଫେଡେରାଲ୍ ପୋଷ୍ଟ କାର୍ଡ ଆବେଦନ କରିବାକୁ ପଡିବ। ଏହାପରେ ସେ ଆଇଏସଏସରେ ଇଲେକ୍ଟ୍ରୋନିକ୍ ବାଲାଟ୍ ପେପର୍ ପୂରଣ କରିବେ। ଏହି ଭୋଟ୍ ପ୍ରକ୍ରିୟା ନାସାର ଅତ୍ୟାଧୁନିକ ସ୍ପେସ୍ କମ୍ୟୁନିକେସନ ଏବଂ ନାଭିଗେସନ୍ କାର୍ଯ୍ୟକ୍ରମ ମାଧ୍ୟମରେ କରାଯିବ।

ପ୍ରକାଶ ଥାଉକି, ସୁନୀତା ୱିଲିୟମ୍ସ ଓ ବଚ୍ ୱିଲମୋର ଜୁନ୍ ୫ରେ ନାସା ପକ୍ଷରୁ ମହାକାଶ ଯାତ୍ରା କରିଥିଲେ। ଯାନ୍ତ୍ରିକ ତ୍ରୁଟିରୁ ସେ ସେଠାରୁ ଫେରି ପାରିନାହାନ୍ତି। ସେ ଆସନ୍ତା ବର୍ଷ ଫେବ୍ରୁଆରୀରେ ଉଭୟ ପୃଥିବୀକୁ ଫେରିବେ ବୋଲି ନାସା ସ୍ପଷ୍ଟ କରିଛି।

Leave A Reply

Your email address will not be published.