Latest Odisha News

ମହାକାଶରେ ୧୬ ଥର ନୂଆବର୍ଷ ସେଲିବ୍ରେସନ କଲେ ସୁନିତା ୱିଲିୟମ୍ସ…

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଗତ କିଛି ମାସ ଧରି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଫସି ରହିଥିଲେ। ଯିଏକି ନିଜେ ମଧ୍ୟ ମହାକାଶରୁ ନବ ବର୍ଷ ୨୦୨୫କୁ ସ୍ୱାଗତ କରିଛନ୍ତି।

ସେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍) ରୁ ଗୋଟିଏ ଦିନରେ ଏକାଧିକ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖୁଛନ୍ତି। ଯାହା ଏକ ବିରଳ ଦୃଶ୍ୟ। ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ସୂଚନା ଦେଇଛନ୍ତି। ତେବେ ‘ଏକ୍ସପେଡିଶନ ୭୨’ର କ୍ରିଉ ସଦସ୍ୟଙ୍କ ନୂଆ ବର୍ଷ ପାଳନ ନିମନ୍ତେ ନାସା ପକ୍ଷରୁ ପୃଥିବୀରୁ ଆଇଏସ୍‌ଏସ୍‌କୁ ସ୍ବତନ୍ତ୍ର ଖାଦ୍ୟ ପଠାଯାଇଛି।

୨୦୨୪ ଶେଷ ଏବଂ ୨୦୨୫ ବର୍ଷ ଅୟମାରମ୍ଭ ମଧ୍ୟରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ପୃଥିବୀ ଚାରିପଟରେ ଘୁରି ବୁଲିବା ସମୟରେ ୧୬ ଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିଥିଲା।

ଉଲ୍ଲେଖଯୋଗ୍ୟ, ସୁନୀତା ୱିଲିୟମ୍ସ ଏବଂ ବଚ ୱିଲମୋରଙ୍କ ବ୍ୟତୀତ ଆଇଏଏସରେ ଉପସ୍ଥିତ ଥିବା ଏକ୍ସପେଡିସନ୍ ୭୨ କ୍ରୁରେ ଇଭାନ୍ ୱାଗନର୍, ଡନ୍ ପେଟିଟ୍, ଆଲେକ୍ସଜାଣ୍ଡାର୍ ଗୋର୍ବୁନୋଭ ଏବଂ ନିକ ହେଗ ମଧ୍ୟ ଅଛନ୍ତି। ଏହି ମହାକାଶଚାରୀମାନେ ଜୁନ୍ ମାସରୁ ଆଇଏସଏସରେ ଅଟକି ରହିଛନ୍ତି। ଯଦିଓ ସେମାନଙ୍କର ମହାକାଶ ଯାତ୍ରା ମାତ୍ର ଏକ ସପ୍ତାହର ଥିଲା।

 

Comments are closed.