Latest Odisha News

୧୧ରେ ରିଲିଜ୍ ହେବ ‘ଗଦର-୨’: ପ୍ରମୋସନ ପାଇଁ ୱାଘା ସୀମାରେ ପହଞ୍ଚିଲେ ସନ୍ନି ଓ ଅମିଷା

ମୁମ୍ବାଇ: ମୁମ୍ବାଇ: ଆଉ ମାତ୍ର ୨ ଦିନ ପରେ ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ । ଦର୍ଶକ ମଧ୍ୟ ଏହି ଫିଲ୍ମର ରିଲିଜକୁ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି । ଏହାପୂର୍ବରୁ ସପ୍ତାହେ ହେଲା ଏହାର ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି । ଗୁରୁବାର ରାତି ସୁଦ୍ଧା ଆଡ଼ଭାନ୍ସ ବୁକିଂର ଶେଷ ଦିନରେ ୨ ଲକ୍ଷରୁ ଅଧିକ ଟିକଟ ବିକ୍ରି ହେବ ବୋଲି ଆଶା କରାଯାଉଛି । ଏହି ଫିଲ୍ମ ଆସନ୍ତା ୧୧ ତାରିଖରେ ରିଲିଜ୍ ହେବ । ଏଥିରେ ଅଭିନେତା ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ସନ୍ନି ଦେଓଲ ଓ ଅମିଷା ପଟେଲ ।

ଉଭୟ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସେମାନଙ୍କ ଫିଲ୍ମର ପ୍ରମୋସନ କରୁଛନ୍ତି । ଏହି କ୍ରମରେ ସନ୍ନି ଓ ଅମିଷା ୱାଘା ସୀମାରେ ପହଞ୍ôଚଥିଲେ । ସେଠାରେ ଯବାନମାନଙ୍କୁ ଭେଟି ସିନେମାକୁ ପ୍ରୋତ୍ସାହିତ କରିଥିଲେ । ସନ୍ନି ଦେଓଲ କହିଥିଲେ ଯେ, ‘ହିନ୍ଦୁସ୍ତାନ ଜିନ୍ଦାବାଦ.. ଜିନ୍ଦାବାଦ…, ହିନ୍ଦୁସ୍ତାନ ଜିନ୍ଦାବାଦ ଥିଲା ଓ ରହିବ ମଧ୍ୟ’ । ୱାଘା ସୀମାରେ ସନ୍ନି ଓ ଅମିଷା ଫିଲ୍ମର ପ୍ରମୋସନ କରୁଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଦେଖି ଦର୍ଶକ ବେଶ୍ ପସନ୍ଦ ବି କରୁଛନ୍ତି ।

Comments are closed.