Latest Odisha News

ସନୀଙ୍କ ଭାଇରାଲ ଭିଡିଓର ଖୋଲିଲା ଗୁମର

ମୁମ୍ବାଇ: ଗଦର ୨ ସଫଳତା ପରେ ଏବେ ସମସ୍ତଙ୍କ ନଜର ସନୀ ଦେଓଲଙ୍କ ଉପରେ ରହିଛି । ନିକଟରେ ସୋସିଆଲ ମିଡିଆରେ ସନୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ନିଶାଗ୍ରସ୍ତ ଅବସ୍ଥାରେ ସନୀ ରାସ୍ତା ଉପରେ ଚାଲୁଥିବା ଦେଖିବାକୁ ମିଳିଛି । ତାଙ୍କ ଅବସ୍ଥା ଦେଖି ଜଣେ ଅଟୋ ଡ୍ରାଇଭର ସହଯୋଗ କରି ଗାଡିରେ ବସାଉଛି । ଏ ନେଇ ୟୁଜର୍ସମାନେ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି । କେତେକ ଏହାକୁ ମିଛ କହୁଥିବା େବେଳ ଅନ୍ୟମାନେ ଗଦର୨ ସଫଳତା ତାଙ୍କ ମୁଣ୍ଡ ଖରାପ କରି ଦେଇଛି ବୋଲି କହିଛନ୍ତି । ଏହି ଭିଡିଓର ସତ୍ୟତା ନେଇ ପ୍ରଶଂସକ ଦ୍ୱନ୍ଦ୍ୱରେ ଥିବା ବେଳେ ଏ ନେଇ ମୁହଁ ଖୋଲିଛନ୍ତି ସନୀ ।

ସେ ହସିକରି କହିଛନ୍ତି ଯେ, ଏହା ଏକ ଶୁଟର ଭିଡିଓ ରେକର୍ଡିଂ । ଯାହା ଦେଖୁଛନ୍ତି ତାହା ସତ୍ୟ ନୁହେଁ । ଆପଣମାନେ ବ୍ୟସ୍ତ ହୁଅନ୍ତି ନାହିଁ । ଆରାମରେ ରୁହନ୍ତୁ । ଏହା ପରେ ସେ କହିଛନ୍ତି ଯଦି ମୁଁ ଡ୍ରିଙ୍କସ କରିବାକୁ ଚାହିଁଥାନ୍ତି ତେବେ ରୋଡ ଉପରେ ଏ ଭଳି ଅବସ୍ଥାରେ ବୁଲିଥାନ୍ତି କି ? ଏହା କଣ ସମ୍ଭବ ? ମୁଁ କେବେ ହେଲେ ଆଲକହଲକୁ ଛୁଇଁ ନାହିଁ ।

Comments are closed.