Latest Odisha News

BREAKING NEWS

ଆର୍‌ ବାଲ୍କିଙ୍କ ଫିଲ୍ମରେ ସନ୍ନିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ଚିନି କମ୍ ଏବଂ ପ୍ୟାଡ୍ ମ୍ୟାନ୍ ଭଳି ଚର୍ଚ୍ଚିତ ଚଳଚ୍ଚିତ୍ର ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଆର ବାଲ୍କି ଏକ ନୂଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ଚଳଚ୍ଚିତ୍ରର ଶୀର୍ଷକ ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେବେ ଏଥିରେ କେଉଁ ଷ୍ଟାର୍‌କାଷ୍ଟମାନେ ନଜର ଆସିବେ ତାର ବିବରଣୀ ପ୍ରକାଶ କରିଛନ୍ତି ନିର୍ମାତା।

ଏଥିରେ ସନ୍ନି ଦେଓଲ୍, ଡୁଲକର୍ ସଲମାନ୍, ପୂଜା ଭଟ୍ଟ ଏବଂ ଶ୍ରେୟା ଧନୱନ୍ତରୀଙ୍କ ଅଭିନୟ ଦେଖିବାକୁ ମିଳିବ। ଏହା ଏକ  ଥ୍ରୀଲର କାହାଣୀ। ୨୦୨୨ ପ୍ରାରମ୍ଭରେ ମୁକ୍ତିଲାଭ କରିବ।

Comments are closed.