Latest Odisha News

BREAKING NEWS

ପ୍ରଥମ ଦିନରେ ୪୦ କୋଟି ବ୍ୟବସାୟ କଲା ‘ଗଦର-୨’ , ପ୍ରଶଂସା କଲେ ସଲମାନ

ମୁମ୍ବାଇ: ଅଭିନେତା ସନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ ଶୁକ୍ରବାର ରିଲିଜ୍ ହୋଇଯାଇଛି । ଏଥିରେ ଅଭିନେତା ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏହି ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ ଭଲ ବ୍ୟବସାୟ କରିଛି । ଏହା ପ୍ରଥମ ଦିନ ବକ୍ସ ଅଫିସରେ ୪୦ କୋଟି ଟଙ୍କା ବ୍ୟବସାୟ କରିଛି । ପ୍ରଥମ ଦିନରେ ଲୋକଙ୍କ ଭଲ ରେସପନ୍ସ ଥିବାରୁ ଆଗକୁ ଏହି ଫିଲ୍ମ ଆହୁରି ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

ଏହି ପରିପ୍ରେକ୍ଷୀରେ ବଲିଉଡ଼ ଭାଇଜାନ ସଲମାନ ଖାନ୍ ଗଦର-୨ର ଖୁବ୍ ପ୍ରଶଂସା କରିଛନ୍ତି । ଏଥିସହିତ ‘ଗଦର-୨’ ର ପ୍ରଥମ ଦିନର ବକ୍ସ ଅଫିସ ସଂଗ୍ରହ ବିଷୟରେ ସେୟାର ମଧ୍ୟ କରିଛନ୍ତି । ଅଭିନେତା ସନ୍ନି ଦେଓଲ ଓ ପୁରା ଟିମ୍‌କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଏହି ଫିଲ୍ମରେ ନିର୍ଦ୍ଦେଶକ ଅନିଲ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି । ଗଦର ଏକ୍ ପ୍ରେମ୍ କଥା’ର କାହାଣୀ ଇଣ୍ଡୋ-ପାକ୍ ବିଭାଜନ ପରେ ସକିନା ନାମକ ଜଣେ ମୁସଲମାନ ଯୁବତୀଙ୍କ ସହ ତାରା ସିଂହ ନାମକ ଜଣେ ଭାରତୀୟ ଶିଖ ଯୁବଙ୍କ ସହିତ ପ୍ରେମକୁ ଚିତ୍ରଣ କରିଥିଲା ।‘ଗଦର’ରେ, ତାରା ସିଂହ ପାକିସ୍ତାନ ଯାଇ ତାଙ୍କ ପତ୍ନୀଙ୍କୁ ଫେରାଇ ଆଣନ୍ତି ଏବଂ ବର୍ତ୍ତମାନ ‘ଗଦର ୨’ ରେ ସେ ପୁଣି ସୀମା ପାର ହୋଇଛନ୍ତି ନିଜ ପୁଅକୁ ଫେରି ପାଇବା ପାଇଁ ।

 

Comments are closed.