Latest Odisha News

BREAKING NEWS

କନିଆ ବଜାର: ଯେଉଁଠି ବିକ୍ରି ହୁଅନ୍ତି କନିଆ, ଟଙ୍କା ଦେଇ କିଣନ୍ତି ଲୋକେ

ବୁଲଗେରିଆ: ଆପଣ ଅନେକ ପ୍ରକାରର ବଜାର ଦେଖିଥିବେ ନିଶ୍ଚୟ । ପନିପରିବା, ଫଳମୂଳ ହେଉ ବା ପୋଷାକ ସବୁ ବଜାର ଅଲଗା ଅଲଗା ହୋଇଥାଏ । କିନ୍ତୁ ଆପଣ କେବେ କନିଆ ବଜାର ଦେଖିଛନ୍ତି କି? ଆପଣ ଏବେ ଭାବୁଥିବେ ଯେ, ଏ ସମୟରେ ମହିଳାମାନଙ୍କୁ ବିକ୍ରୟ କରିବାକୁ ଅନୁମତି ଦିଆଯାଇଛି କି? କିନ୍ତୁ ବୁଲଗେରିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ କନିଆ ବଜାର ସମ୍ପୂର୍ଣ୍ଣ ଆଇନଗତ ଅଟେ । ଏହି ବଜାରରେ ଲୋକମାନେ ନିଜ ପାଇଁ ପତ୍ନୀ କିଣନ୍ତି ।

ବୁଲଗେରିଆର ଷ୍ଟାରା ଜାଗୋରରେ ରହିଛି ଏହି କନିଆ ବଜାର । ଏଠାରେ କନିଆ ବିକ୍ରି ହୋଇଥାନ୍ତି । ଯେଉଁ ଲୋକଙ୍କର କନିଆ ଆବଶ୍ୟକ ପଡ଼େ ସେ ନିଜ ପରିବାର ସହିତ ଏହି ବଜାରକୁୁ ଆସି ନିଜ ପସନ୍ଦର ଝିଅ ବାଛନ୍ତି । ଯେଉଁ ଝିଅକୁ ପୁଅ ପସନ୍ଦ କରେ, ତା ପାଇଁ ମୂଲଚାଲ ହୁଏ । ଯେତେବେଳେ ଝିଅର ପରିବାର ସଦସ୍ୟ ଦିଆଯାଉଥିବା ମୂଲ୍ୟରେ ସନ୍ତୁଷ୍ଟ ହୁଅନ୍ତି, ସେତେବେଳେ ସେହି ମୂଲ୍ୟରେ ସେମାନଙ୍କ ଝିଅକୁ ବିକ୍ରି କରିଥାନ୍ତି । ପୁଅ ସେହି ଝିଅକୁ ଘରକୁ ଆଣି ତାଙ୍କୁ ପତ୍ନୀର ମାନ୍ୟତା ଦେଇଥାଏ । ଖାସ୍ କରି ଏହି କନିଆ ବଜାର ଗରିବ ଝିଅମାନଙ୍କ ପାଇଁ ସ୍ଥାପିତ ହୋଇଛି ।

ସାଧାରଣତଃ ବିବାହରେ ବହୁତ ଖର୍ଚ୍ଚ ହୋଇଥାଏ । ଏପରି ପରିବାର, ଯେଉଁମାନେ ନିଜ ଝିିଅକୁ ବିବାହ କରାଇବାରେ ଅସମର୍ଥ, ସେମାନେ ନିଜ ଝିଅକୁ ଏହି ମଣ୍ଡିକୁ ନେଇଥାଆନ୍ତି । ଏହା ପରେ ପୁଅମାନେ ଆସି ନିଜ ପସନ୍ଦର ଝିଅକୁ ବାଛନ୍ତି । ଝିଅର ପରିବାର ସଦସ୍ୟଙ୍କ ଅନୁଯାୟୀ ସେମାନେ ଟଙ୍କା ଦେଇ ସେହି ଝିଅକୁ କିଣୁଛନ୍ତି । ଏହି ବଜାର ବୁଲଗେରିଆରେ ବର୍ଷ ବର୍ଷ ଧରି ଚାଲିଆସୁଛି । ଏହି ବଜାର ପ୍ରତିଷ୍ଠା ପାଇଁ ସରକାର ଅନୁମତି ମଧ୍ୟ ଦେଇଛନ୍ତି । ଏଠାରେ ବିକ୍ରି ହେଉଥିବା ଝିଅମାନଙ୍କର ମୂଲ୍ୟ ଭିନ୍ନ ଭିନ୍ନ ରହିଥାଏ ।

ଏହା ସହିତ, ବଜାରରେ ବିକ୍ରି ହୋଇଥିବା କନିଆକୁ ନେବା ପୂର୍ବରୁ ପୁଅ ଘର ଲୋକଙ୍କୁ ଅନେକ ନିୟମ ପାଳନ କରିବାକୁ ପଡିଥାଏ । କାଲାଇଡଜୀ ସମ୍ପ୍ରଦାୟର ଲୋକମାନେ ତାଙ୍କ ଝିଅମାନଙ୍କୁ ଏହି ବଜାରରେ ବିକ୍ରି କରିଥାନ୍ତି । ଯିଏ ସେମାନଙ୍କୁ କିଣନ୍ତି ସେହି ସମାନ ସମ୍ପ୍ରଦାୟର ହେବା ବାଧ୍ୟତାମୂଳକ ଅଟେ । ଝିିଅଟି ଗରିବ ହେବା ଆବଶ୍ୟକ । ଏଠାରେ ଆର୍ôଥକ ଦୃଷ୍ଟିରୁ ଶକ୍ତିଶାଳୀ ପରିବାର ନିଜ ଝିଅମାନଙ୍କୁ ବିକ୍ରି କରିପାରିବେ ନାହିଁ । ଏହା ସହିତ କିଣାଯାଇଥିବା ଝିଅକୁ ବୋହୂର ମାନ୍ୟତା ଦେବା ଆବଶ୍ୟକ ।

Leave A Reply

Your email address will not be published.