Latest Odisha News

BREAKING NEWS

ରାମ ମନ୍ଦିର ବିବାଦକୁ ନେଇ ତିଆରି ହେବ ଫିଲ୍ମ: ମୁହାଁମୁହିଁ ହେବେ ସନ୍ନି ଦେଓଲ-ସଞ୍ଜୟ ଦତ୍ତ

ମୁମ୍ବାଇ: ରାମ  ମନ୍ଦିରକୁ ନେଇ ଦେଖାଦେଇଥିବା ଆଇନଗତ ବିବାଦ ଉପରେ ତିଆରି ଫିଲ୍ମ  । ଏଥିପାଇଁ ଚାଲିଛି ପ୍ରସ୍ତୁତି । ଫିଲ୍ମର ସୁଟିଂ ଆସନ୍ତା ଅଗଷ୍ଟ ମାସରୁ ଆରମ୍ଭ ହେବ  । ଫିଲ୍ମର ନାମ ହେବ ଜନ୍ମଭୂମି । ଫିଲ୍ମରେ ସନି ଦେଓଲ ଏବଂ ସଞ୍ଜୟ ଦତ୍ତ ନଜରକୁ ଆସିବେ ।

BjdElectrycity

ମିଳିଥିବା ଖବର ଅନୁଯାୟୀ, ଫଲ୍ମରେ ଏହି ଦୁଇ ଅଭିନେତାଙ୍କୁ ଅଦାଲତରେ ପରସ୍ପର ବିରୋଧରେ ଲଢୁଥିବା ଦେଖିବାକୁ ମିଳିବ । କୁହାଯାଉଛି, ସଞ୍ଜୟ ଦତ୍ତ ଫିଲ୍ମରେ ବିରୋଧି ପକ୍ଷର ଓକିଲ ଭୂମିକାରେ ଆସିବେ । ସନି ଦେଓଲଙ୍କୁ ସରକାରୀ ଓକିଲ ଭୂମିକାରେ ଦେଖିବାକୁ ମିଳିବ ।

ପୁରା ଫିଲ୍ମର ସୁଟିଂ ମୁମ୍ବାଇରେ କରାଯିବ । ଏଥିପାଇଁ ସେଟ ନିର୍ମାଣ କରାଯିବ । ଫିଲ୍ମ ସେଟରେ ଅଯୋଧ୍ୟା  ସହ କୋର୍ଟ ରୁମର ରିକ୍ରିଏଟ ବି କରାଯିବ ।  ଏହି ଫିଲ୍ମ ବିଷୟରେ ସବିଶେଷ ବିବରଣୀ ଏବେ ସାମ୍ନାକୁ ଆସିନାହିଁ । ତେବେ ସନି ଏବଂ ସଞ୍ଜୟ ଉଭୟଙ୍କ ବଲିଉଡ କ୍ୟାରିଅର ଜବରଦସ୍ତ ରହିଛି ।

୧୯୮୦ରେ ବେତାବରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ସନି ଦେଓଲ ଅର୍ଜୁନ, ଘାୟଲ, ଘାତକ, ଦାମିନୀ ଏବଂ ଗଦ୍ଦର ଫିଲ୍ମରେ ଅଭିନୟ କରିଛନ୍ତି । ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ବଲିଉଡରେ ବଡ ଷ୍ଟାରର ମାନ୍ୟତା ପାଇ ଆସିଥିଲେ । ସେହିପରି ସଞ୍ଜୟ ଦତ୍ତଙ୍କ ଖାତାରେ ବି ଅନେକ ହିଟ ଫିଲ୍ମର ନାଁ ରହିଛି । ତେବେ ୟୋଦ୍ଧା, କ୍ରୋଧ, କ୍ଷତ୍ରିୟ ପରି କେତେକ ଫିଲ୍ମରେ ଉଭୟଙ୍କୁ ଏକାଠି ବି ଦେଖିବାକୁ ମିଳିଛି ।

ମିଡିଆ ତଥ୍ୟ ଅନୁଯାୟୀ, ଫିଲ୍ମ ଜନ୍ମଭୂମି ଅଯୋଧ୍ୟା ବିବାଦର ଜଟିଳ ଏବଂ ବିବାଦୀୟ ପ୍ରସଙ୍ଗର ମୂଳକୁ ଯିବ ଏବଂ ଉଭୟ ପକ୍ଷର ଯୁକ୍ତିକୁ ସାମ୍ନାକୁ ଆଣିବ । ତେବେ ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ବିବାଦକୁ ପରଦାକୁ କେମିତି ଆସିବ ତାହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଛି । ଏଥି ସହିତ ସନି ଏବଂ ସଞ୍ଜୟ ଏହି  ଏଥିରେ ନୂଆ କ’ଣ କରି ଦେଖାଇବେ, ଦର୍ଶକ ଏହାକୁ କେତେ ଗ୍ରହଣ କରିବେ ତାହା ସମୟ କହିବ । ସୂଚନାଥାଉ କି, ସନ୍ନି ଭାଜପାର ସାଂସଦ   ଥିବାବେଳେ ସଞ୍ଜୟ ଦତ୍ତ ରାଜନୀତିରୁ ଦୂରେଇ ରହିଛନ୍ତି । ତେବେ ସଞ୍ଜୟଙ୍କ ବାପା ସୁନୀଲ ଦତ୍ତ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲ । ତାଙ୍କ ଭଉଣୀ ମଧ୍ୟ କଂଗ୍ରେସର ଲୋକସଭା ସଦସ୍ୟ ଥିଲେ ।

Leave A Reply

Your email address will not be published.