Latest Odisha News

BREAKING NEWS

କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ଅଗ୍ନି ସୁରକ୍ଷା ପାଇଁ ୪୫ ପଦବୀକୁ ଅନୁମୋଦନ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି>

ମଞ୍ଜୁରୀ ଲାଭ କରିଥିବା ଅଗ୍ନିଶମ ବିଭାଗର ଏହି ନୂତନ ପଦବୀ ଗୁଡ଼ିକ ହେଲା- ତିନି ଗୋଟି ଷ୍ଟେସନ୍ ଅଫିସର, ଚାରି ଗୋଟି ଲିଡିଂ ଫାୟାର ମ୍ୟାନ୍, ତିନି ଗୋଟି ହାବିଲଦାର, ତିନି ଗୋଟି ଫାୟାର ମ୍ୟାନ୍ ଡ୍ରାଇଭର ଏବଂ ୩୦ଟି ଫାୟାର ମ୍ୟାନ୍ଏ । ହି ନୂତନ ପଦବୀ ସୃଷ୍ଟି ଦ୍ୱାରା ଉପରୋକ୍ତ ତିନୋଟି ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ନିରାପତ୍ତା ଅଧିକ ସୁଦୃଢ ହୋଇପାରିବ ।

Leave A Reply

Your email address will not be published.