Latest Odisha News

BREAKING NEWS

ଗଦର ୨ ପ୍ରମୋଶନ ପାଇଁ କପିଲ ଶର୍ମା ଶୋରେ ପହଞ୍ଚିଲେ ସନ୍ନି-ଅମିଶା

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ ସେମାନଙ୍କ ଆଗାମୀ ଫିଲ୍ମ ‘ଗଦର-୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଆଜିକାଲି ଉଭୟେ ସେମାନଙ୍କ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଦୁହେଁ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ ।

ଛୋଟପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ’ ହେଉଛି କପିଲ ଶର୍ମା ଶୋ’ । ଫିଲ୍ମ ହେଉ କି ଧାରାବାହିକ ଏହାର ପ୍ରମୋଶନ କରିବାର ମୁଖ୍ୟ ମାଧ୍ୟମ ସାଜିିଛି କପିଲ ଶର୍ମା ଶୋ । ପ୍ରତ୍ୟେକ ଫିଲ୍ମର ଅଭିନେତା ଅଭିନେତ୍ରୀ ସେମାନଙ୍କ ଫିଲ୍ମର ପ୍ରମୋଶନ ପାଇଁ ଏହି ଶୋକୁ ଆସିଥାନ୍ତି । ସେହିପରି ନିକଟରେ ‘ଗଦର -୨’ର ଅଭିନେତା ସନ୍ନି ଦେଓଲ ଏବଂ ଅମିଶା ପଟେଲ ଫିଲ୍ମର ପ୍ରମୋଶନ ପାଇଁ ଏହି ଶୋରେ ପହଞ୍ଚିଥିଲେ । ବଲିଉଡରେ ଭାରତ-ପାକିସ୍ଥାନକୁ ନେଇ ନିର୍ମିତ ହୋଇଥିବା ସବୁ ଫିଲ୍ମ ମଧ୍ୟରୁ ସନ୍ନି ଦେଓଲଙ୍କ ଗଦରର ନାମ ଶୀର୍ଷରେ ରହିଛି ।

ଶୋ’ରେ ଯେତେବେଳେ ସନ୍ନିଙ୍କୁ ପଚରାଯାଇଥିଲା ଯେ, ତାଙ୍କ ଫିଲ୍ମ ରିଲିଜ ହେବାକୁ ନେଇ ସେ କିପରି ଅନୁଭବ କରୁଛନ୍ତି? ନର୍ଭସ ଅଛନ୍ତି କି? ସନ୍ନି କହିଥିଲେ, ମୋତେ ନର୍ଭସ ଲାଗୁଛି । ଯେବେ ଏହି ସମୟରେ ଗଦର ଆସିଥିଲା, ସେହି ସମୟରେ ଯେତେ ବି ଲୋକ ଥିଲେ ଇଣ୍ଡଷ୍ଟ୍ରିର ସମସ୍ତ ଲୋକ, ସେମାନେ ଆମ ପାଇଁ ବହୁତ କିଛି କରିଥିଲେ ।

Leave A Reply

Your email address will not be published.