ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ସନ୍ନି ଦେଓଲଙ୍କ ପୁଅ ତଥା ଅଭିନେତା କରଣ ଦେଓଲଙ୍କ ନିର୍ବନ୍ଧ ହୋଇଯାଇଛି । ତାଙ୍କର ପିଲାଦିନର ସାଙ୍ଗଙ୍କ ସହ ନିର୍ବନ୍ଧ ହୋଇଛି । ଆସନ୍ତା ଜୁନ୍ରେ ସେମାନଙ୍କ ବିବାହ ଧୁମ୍ଧାମ୍ରେ ଅନୁଷ୍ଠିତ ହେବ ।
ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ କରଣଙ୍କ ଜେଜେବାପା ଧର୍ମେନ୍ଦ୍ର ଏବଂ ଜେଜେମା ହେମା ମାଳିନୀଙ୍କ ସମେତ ପୁରା ଦେଓଲ ପରିବାର ସଦସ୍ୟ ଉପସ୍ଥିତ ଥିଲେ । କରଣ ଆସନ୍ତା ମାସରେ ବିବାହ କରିବେ । ପ୍ରେମିକା ଦିଶାଙ୍କ ସହ ଗୁପ୍ତରେ ନିବର୍ନ୍ଧ କରିଥିବା ନେଇ ଆଲୋଚନା ହେଉଥିଲା । କିନ୍ତୁ ଏବେ ଏହି ନିର୍ବନ୍ଧ ରୀତିନୀତି ଅନୁସାରେ କରାଯାଇଛି । ବିବାହକୁ ନେଇ ଦେଓଲ ପରିବାରର ସଦସ୍ୟମାନେ ବହୁତ ଉତ୍ସାହିତ ଅଛନ୍ତି । ସେମାନଙ୍କ ବିବାହ କେଉଁଠି କରାଯିବ ବର୍ତ୍ତମାନ ପର୍ଯ୍ୟନ୍ତ ସେ ନେଇ ନିଷ୍ପତ୍ତି ହୋଇନାହିଁ ।
Comments are closed.