Latest Odisha News

BREAKING NEWS

ପୁଣି ଆକ୍ସନ ସିନରେ ନଜର ଆସିବେ ସନ୍ନି ଦେଓଲ, ଏହି ନିର୍ଦ୍ଦେଶକଙ୍କ ସହ କରିବେ…

ମୁମ୍ବାଇ: ସନ୍ନି ଦେଓଲଙ୍କ ଫିଲ୍ମ “ବର୍ଡର ୨” ରିଲିଜ୍ ହେବା ପରଠାରୁ ବକ୍ସ ଅଫିସ୍ ରେ ଭଲ କଲେକ୍ସନ କରିଚାଲିଛି। ଏହା ମଧ୍ୟରେ ସନ୍ନି ଦେଓଲ ଆଉ ଏକ ଆକ୍ସନ ଥ୍ରୀଲର ଫିଲ୍ମ ପାଇଁ  ପ୍ରସ୍ତୁତ ହେବାରେ ଲାଗିଛନ୍ତି।

“କିଲ୍” ନିର୍ଦ୍ଦେଶକ ନିଖିଲ ନାଗେଶ ଭଟ୍ଟଙ୍କ ସହ ମିଶି ସନ୍ନି ଦେଓଲ କାମ କରିବେ ବୋଲି ସୂଚନା ମିଳିଛି। ତେବେ  ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ଏକ ହାଇ-ଅକ୍ଟେନ୍ ଆକ୍ସନ ଥ୍ରୀଲର ଫିଲ୍ମ ହେବା ସହ ଫିଲ୍ମଟି ୨୦୨୬ର ଦ୍ୱିତୀୟାର୍ଦ୍ଧରେ ରିଲିଜ୍ କିମ୍ବା ଘୋଷଣା କରାଯାଇପାରେ ବୋଲି ସୂତ୍ରରୁ ଜଣାପଡିଛି।

ଏହା ଏପରି ଏକ ଆକ୍ସନ ଫିଲ୍ମ ହେବ ଯାହାକି ଦର୍ଶକ ମାନଙ୍କୁ  ତାଳି ଏବଂ ସିଟି ମାରିବାକୁ ବାଧ୍ୟ କରିବ। କାହାଣୀଟି ସଂପୂର୍ଣ୍ଣ ଭାବରେ ନୂଆ ଓ ବାସ୍ତବିକ ଅଟେ ବୋଲି କୁହାଯାଉଛି।ଦର୍ଶକମାନେ ସନ୍ନି ଦେଓଲଙ୍କୁ ଏକ ସମ୍ପୂର୍ଣ୍ଣ ନୂଆ ଅବତାରରେ ଦେଖିବାକୁ ପାଇବେ ବୋଲି ସୂତ୍ରରୁ ଜଣାପଡ଼ିଛି।

ନିଖିଲ ନାଗେଶ ଭଟ୍ଟଙ୍କ ଶେଷ ଫିଲ୍ମ “କିଲ୍” ବହୁତ ଲୋକପ୍ରିୟ ହୋଇଥିଲା ଯେଉଁଥିରେ  ରାଘବ ଜୁୟାଲ  ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ଏବଂ ଲକ୍ଷ୍ୟ ଲାଲୱାନୀ ଏବଂ ତାନ୍ୟା ମାନିକତାଲା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଆକ୍ସନରେ ଭରପୁର ଥିଲା। ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ନିଖିଲ ଏବଂ ସନି ଦେଓଲଙ୍କ ଯୁଗଲବନ୍ଦୀ ପ୍ରଶଂସକମାନଙ୍କ ମନ ଜିତିବାରେ ସଫଳ ହୋଇପାରୁଛି କି ନାହିଁ।

 

Comments are closed.