Latest Odisha News

BREAKING NEWS

୩୦ ବର୍ଷ ପରେ ୟଶ ରାଜ ଅଫିସକୁ ଗଲେ ସନୀ ଦେଓଲ

ମୁମ୍ବାଇ: ୧୯୯୩ରେ ସନୀ ଦେଓଲ ଓ ଶାହାରୁଖ ଖାଁ ଅଭିନୀତ ଡର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ତେବେ ଫିଲ୍ମରେ ଭୂମିକାକୁ ନେଇ ସନୀ ଅସନ୍ତୁଷ୍ଟ ଥିଲେ । ସେବେଠାରୁ ସେ ୟଶରାଜ ବ୍ୟାନରରେ ଆଉ କୌଣସି ଫିଲ୍ମ କରି ନ ଥିଲେ । ୩୦ ବର୍ଷ ପରେ ସନୀଙ୍କୁ ଏବେ ୟଶ ରାଜ ଅଫିସରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି । ଆଦିତ୍ୟ ଚୋପ୍ରା ଓ ସନୀ ପୂନର୍ବାର ଏକତ୍ରିତ ହୋଇଥିବା ନୂଆ ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଗଦର ୨ ସୁପରହିଟ ହେବା ପରେ ସନୀଙ୍କ ଚାହିଦା ବଢ଼ିବାରେ ଲାଗିଛି । ଅଧିକାଂଶ ବଡ ଫିଲ୍ମ ମେକର୍ସ ତାଙ୍କ ପ୍ରତି ପୂନର୍ବାର ଆଗ୍ରହ ପ୍ରକାଶ କରିଛନ୍ତି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ସନୀ ସଙ୍ଗୀତକାର ମିଥୁନଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ସେ ବର୍ଡର ୨ ଫିଲ୍ମ ପାଇଁ ସଙ୍ଗୀତ ଦେଉଛନ୍ତି । ଡର ଫିଲ୍ମରେ ସନୀଙ୍କୁ ବଡ ଭୂମିକା ଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ଶାହାରୁଖଙ୍କୁ ବିଶେଷ ଗୁରୁତ୍ୱ ଦିଆ ଯାଇଥିଲା । ସନୀ ସହ କଳାକାର ହୋଇ ରହି ଯାଇଥିଲେ । ସେ ସମୟରେ ସନୀ ସୁପରଷ୍ଟାର ଥିବା ବେଳେ ଶାହାରୁଖ ବଲିଉଡରେ ପାଦ ଥାପିବା ଆରମ୍ଭ କରିଥିଲେ । ସନୀ ଓ ୱାଇଆରଏଫ ମଧ୍ୟରେ ବିବାଦ ଉପୁଜିଥିଲା । ଯାହା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ । ଯଦି ଆଦିତ୍ୟ ପ୍ରକୃତରେ ସନୀଙ୍କୁ ନେଇ କୌଣସି ଫିଲ୍ମ କରିବାକୁ ଚାହୁଁଛନ୍ତି ଏହା ନିଶ୍ଚିତ ଭାବେ ପ୍ରଶଂସକଙ୍କ ପାଇଁ ଖୁସି ଖବର ହେବ ।

Comments are closed.