Latest Odisha News

BREAKING NEWS

ଧର୍ମେନ୍ଦ୍ରଙ୍କୁ ନେଇ ସନୀଙ୍କ ପୋଷ୍ଟ ପ୍ରଶଂସକଙ୍କୁ ପକାଇଲା ଚିନ୍ତାରେ

ମୁମ୍ବାଇ: ଦେଓଲ ପରିବାର ପ୍ରତି ଫିଲ୍ମ ପ୍ରଶଂସକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି । ନିକଟରେ ସନୀ ଦେଓଲ ସୋସିଆଲ ମିଡିଆରେ ବାପା ଧର୍ମେନ୍ଦ୍ରଙ୍କୁ ନେଇ ଏକ ପୋଷ୍ଟ କରିଥିଲେ । ଯାହାକୁ ନେଇ ପ୍ରଶଂସକଙ୍କ ମାନେ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ । ଧର୍ମେନ୍ଦ୍ରଙ୍କ ଏକ ଫଟୋ ଶେୟାର କରି ସନୀ ଲେଖିଥିଲେ ପାପା ମିସିଂ ୟୁ । ହଠାତ କାହିଁକି ସନୀ ଏପରି ଲେଖିଲେ ବୋଲି ପ୍ରଶଂସକମାନେ ଚିନ୍ତା କରିବାକୁ ବାଧ୍ୟ ହୋଇଥିଲେ । ଧର୍ମେନ୍ଦ୍ର ଏବେ ଅସୁସ୍ଥ ରହୁଥିବାରୁ ଏହି ଚିନ୍ତା ଦ୍ୱିଗୁଣିତ ହୋଇଥିଲା । ସନୀ ପରେ ସ୍ପଷ୍ଟ କରିଥିଲେ ଯେ, ତାଙ୍କ ବାପାଙ୍କ କଥା ହଠାତ ମନେ ପଡିବାରୁ ସେ ଏପରି ଲେଖିଥିଲେ ।

୮ ଡିସେମ୍ବର ୧୯୩୫ରେ ପଞ୍ଜାବରେ ଧର୍ମେନ୍ଦ୍ରଙ୍କ ଜନ୍ମ ହୋଇଥିଲା । ତାଙ୍କୁ ଏବେ ୮୮ ବର୍ଷ ହୋଇଛି । ୧୯ ବର୍ଷରେ ସେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ । ତାଙ୍କର ସନୀ, ବବି, ବିଜେତା ଓ ଅଜିତା ନାମରେ ୪ଟି ସନ୍ତାନ ଅଛନ୍ତି । ୧୯୬୦ରେ ଦିଲ ଭି ତେରା ହମ ଭି ତେରେ ମାଧ୍ୟମରେ ସେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । ୧୯୮୦ରେ ସେ ହେମା ମାଳିନୀଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ । ଈଶା ଏବଂ ଅହାନା ତାଙ୍କ ସନ୍ତାନ ।

Leave A Reply

Your email address will not be published.