Latest Odisha News

BREAKING NEWS

ଆଗ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ୍ସ

ଦୁବାଇ : ଆଇପିଏଲରେ ପ୍ଲେ ଅଫ ଦୌଡରେ ପ୍ରବେଶ କରିବା ପାଇଁ ଏବେ ଟିମମାନଙ୍କ ନିକଟରେ ସୀମିତ ସୁଯୋଗ ରହିଛି । ଏହାର ଫାଇଦା ଉଠାଇବା ପାଇଁ ସବୁ ଦଳ ଚାହିଁବେ । ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୪୦ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ୯ଟି ମ୍ୟାଚ ଖେଳି ୩ ବିଜୟ ୬ ପରାଜୟ ସହ ୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ରାଜସ୍ଥାନ ୧୦ ଟି ମ୍ୟାଚ ଖେଳି ୪ ବିଜୟ ଓ ୬ ପରାଜୟ ସହ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି ।

Leave A Reply

Your email address will not be published.