ଭିଏତନାମ: ସାଧାରଣତଃ ସୂର୍ଯ୍ୟୋଦୟ ସମୟରେ ଆକାଶର ମନୋରମ ଦୃଶ୍ୟ ଲୋକଙ୍କୁ ବେଶ୍ ପସନ୍ଦ ହୋଇଥାଏ । ଏହି ସମୟରେ ଆକାଶ ନାଲି କିମ୍ବା କମଳା ରଙ୍ଗର ଦେଖାଯାଇଥାଏ । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସୂର୍ଯ୍ୟୋଦୟ ସମୟରେ ଆକାଶ ସମ୍ପୂର୍ଣ୍ଣ ଗୋଲାପୀ ରଙ୍ଗର ହୋଇଥିବା ନଜର ଆସୁଛି । ଏପରିି ଦୃଶ୍ୟକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସୂର୍ଯ୍ୟୋଦୟ ସମୟରେ ଆକାଶ ଗୋଲାପୀ ଦେଖାଯାଉଛି । ନୀଳ ଏବଂ କମଳା ରଙ୍ଗର ଛାଇ ମଧ୍ୟ ଅଛି । ଏହି ଚମତ୍କାର ଗୋଲାପୀ ସୂର୍ଯ୍ୟୋଦୟ ଭିଡିଓ ରାସ୍ତାରେ ଗାଡି ଚଳାଉଥିବା ସମୟରେ କେହି ଜଣେ ରେକର୍ଡ଼ କରିଛନ୍ତି । ଏହି ସମୟରେ ଅନ୍ୟ ଲୋକମାନେ ମଧ୍ୟ ରାସ୍ତାରେ ବାଇକ୍ ଚଲାଇ ଯାଉଉଥିବାର ନଜର ଆସିଛନ୍ତି । ଆଉ କିଛି ଲୋକ ମୋବାଇଲରେ ଗୋଲାପୀ ଆକାଶକୁ କାବୁ କରୁଛନ୍ତି । ଏପରିି ଆଶ୍ଚର୍ଯ୍ୟଜନକ ଘଟଣା ଭିଏତନାମରେ ଘଟିଥିବା ଜଣାଯାଇଛି ।
ଏହି ଭିଡିଓ ଟ୍ୱିଟରରେ ଇଭ୍ରେନେମେରାକ ନାମକ ଜଣେ ଉପଭୋକ୍ତା ପୋଷ୍ଟ କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି ଯେ ‘ଭିଏତନାମରେ ଗୋଲାପୀ ସୂର୍ଯ୍ୟୋଦୟର ସୌନ୍ଦର୍ଯ୍ୟ ଦେଖନ୍ତୁ\’ ।
Comments are closed.