Latest Odisha News

BREAKING NEWS

ମଣିପୁରରେ ବୀରେନ୍ ସରକାରଙ୍କୁ ଝଟକା, ବିଜେପି ଠାରୁ ସମର୍ଥନ ପ୍ରତ୍ୟାହାର କଲା କୁକି ପିପୁଲ୍ସ ଆଲିଆନ୍ସ

ଇମ୍ଫାଲ୍: ୩ ମାସରୁ ଅଧିକ ସମୟ ଧରି ମଣିପୁର ଜଳୁଛି । ଏତିକି ବେଳେ ହିଂସା ପାଇଁ ଏକ ଦଳ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ହାତ ଛାଡ଼ି ଦେଇଛି । ଏନଡିଏର ସହଯୋଗୀ ଦଳ କୁକି ପିପୁଲ୍ସ ଆଲିଆନ୍ସ ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଛି । ରବିବାର ସନ୍ଧ୍ୟାରେ ଦଳ ସମର୍ଥନ ଫେରାଇ ନେଇଥିବା ଘୋଷଣା କରିଛି ।

ମଣିପୁର ଜଳୁଥିବା ବେଳେ ୩ ମାସ ଧରି ହିଂସା ଲାଗି ରହିଛି । ହିଂସାକୁ ଦେଖି ଦଲ ସମର୍ଥନ ପ୍ରତ୍ୟାହାର କରିଛି । ରାଜ୍ୟ ସରକାରରେ କୁକି ପିପୁଲ୍ସ ଆଲିଆନ୍ସର ୨ ବିଧାୟକ ଥିଲେ । କେପିଏର ୨ ବିଧାୟକ ସରକାରଙ୍କ ଠାରୁ ସମର୍ଥନ ଫେରାଇ ନେଇଛନ୍ତି ।

ଅଗଷ୍ଟ ୨୧ରୁ ମଣିପୁର ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ କୁକି ପିପୁଲ୍ସ ମେଣ୍ଟ ସମର୍ଥନ ହଟାଇ ନେଇଛି । ମଣିପୁର ରାଜ୍ୟପାଳଙ୍କୁ ଏନେଇ ଦଳ ଅବଗତ କରାଇଛି । ୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ କୁକି-ଜୋମି ସମୁଦାୟର ୧୦ ବିଧାୟକ ଅଛନ୍ତି । ୭ ଜଣ ବିଧାୟକ ବିଜେପିରୁ ନିର୍ବାଚିତ ହୋଇଥିବା ବେଳେ ୨ ଜଣ କୁକି ପିପୁଲ୍ସ ଆଲିଆନ୍ସ ଓ ଜଣେ ସ୍ୱାଧୀନ ବିଧାୟକ ।

ତେବେ କେପିଏର ସମର୍ଥନ ପ୍ରତ୍ୟାହାର ପରେ ମଧ୍ୟ ବିଜେପି ସରକାର ପ୍ରତି କୌଣସି ବିପଦ ନାହିଁ । ବିଜେପି ପାଖରେ ସବୁଠୁ ଅଧିକ ୩୭ ବିଧାୟକ ଅଛନ୍ତି । ଏହାଛଡ଼ା ବିଜେପି ପାଖରେ ଏନପିଏଫର ୫ ସଦସ୍ୟ, ଏନପିପିର ୭ ସଦସ୍ୟ ଓ ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି । ଅନ୍ୟପଟେ ମଣିପୁରରେ ବିରୋଧୀ କଂଗ୍ରେସ ପାଖରେ ୫ ସଦସ୍ୟ ଥିବା ବେଳେ ଜେଡିୟୁ ପାଖରେ ଜଣେ ବିଧାୟକ ଅଛନ୍ତି ।

Leave A Reply

Your email address will not be published.